Jai Odisha
News

ଅଗରବତୀ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୫ଜଣ ମହିଳା

ବାର୍ଷିକ ବ୍ୟବସାୟ ୭୦ଲକ୍ଷ

ରାଜକନିକା.୧୫/୧୧  :ରାଜକନିକା ବ୍ଲକ ବରlଡ଼ିଆ ପଞ୍ଚାୟତର ବାଙ୍ଗରକୁଆ ଗାଁର ସ୍ୱୟଂସିଦ୍ଧା ଅଗରବତୀ ଉତ୍ପାଦକ ଗୋଷ୍ଠୀର ୩୫ ଜଣ ମହିଳା ଅଗରବତୀ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହ ହସଖୁସିରେ ଚଳାଉଛନ୍ତି ପରିବାର l ବାର୍ଷିକ ୭୦ ଲକ୍ଷ ଟଙ୍କାର ବ୍ୟବସାୟ କରୁଥିବା ବେଳେ ଜଣେ ମହିଳା ରୋଜଗାର କରୁଛନ୍ତି ମାସିକ ୯ ହଜାର ଟଙ୍କା l ୨୦୧୪ ମସିହାରେ ପ୍ରଥମେ ଶକ୍ତିମୟୀ ସ୍ୱୟଂସହାୟକ ୧୨ ଜଣ ମହିଳା ଋଣ କରି ଦୁଇଟି ଧୂପ ମେସିନ କିଣି ଅଗରବତୀ ତିଆରି ଆରମ୍ଭ କରିଥିଲେ । ଏହି ଅଗରବତୀକୁ ସ୍ଥାନୀୟ ବଜାରରେ ବିକ୍ରି କରି ଲାଭ କରୁଥିଲେ l ଏହି ସ୍ୱାବଲମ୍ବୀ ଭଲ ଭାବରେ ଚାଲିଥିଲା l ଏହି ମହିଳା ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ହସଖୁସିରେ ଚଳାଇପାରୁଥିଲେ l ପରବର୍ତୀ ସମୟରେ ୨୦୧୬ ମସିହାରେ ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୧୦ ଜଣ ମହିଳା ସ୍ୱୟଂସିଦ୍ଧା ଅଗରବତୀ ଉତ୍ପାଦକ ଗୋଷ୍ଠୀ ଆରଭ କରିଥିଲେ l ଏହି ମହିଳା ମାନଙ୍କ ମଧ୍ୟରୁ ୩୫ ଜଣ ମହିଳା ପ୍ରତିଦିନ କାମ କରିଥାନ୍ତି l ଏହି ଉତ୍ପାଦ ଗୋଷ୍ଠୀ ପକ୍ଷରୁ ଓରମାସ ସହାୟତା ନିଜେ ଋଣ ୧୪ଟି ଧୂପ ମେସିନ କିଣି ଧୂପ ତିଆରି କରିବା ଆରମ୍ଭ କରିଥିଲେ l ପ୍ରତି ଦିନ ଦୁଇଟି ଓଳି କରି ମହିଳା ମାନେ ଅଗରବତୀ ତିଆରି କରିଥାନ୍ତି l ପ୍ରଥମ ଓଳିରେ ୧୭ ଜଣ ମହିଳା ରାତି ଚାରିଟାରୁ ନିଜ ଘର କାମ କରି ଅଗରବତୀ ତିଆରି କରିବାକୁ ଆସିଥାନ୍ତି l ଏମାନେ ରାତି ଚାରିଟା ରୁ ଦିନ ଏଗାର ଟା ପର୍ଯ୍ୟନ୍ତ କାମ କରିଥାନ୍ତି l ଏହା ଭିତରେ ସେମାନଙ୍କ ର ଖାଇବା ଛୁଟି ରହିଥାଏ l ଦ୍ୱିତୀୟ ଓଳିଟି ଦିନ ଏଗାର ଟା ରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ମହିଳା ମାନେ କାମ କରିଥାନ୍ତି l ଏହି ଅଗରବତୀକୁ ଜଗତପୁରୁର ଆଇଟିସି କମ୍ପାନୀକୁ ଦେବା ସହ ମିଶନ ଶକ୍ତି ଓ ଓରମାସ ସହାୟତାରେ ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ଷ୍ଟଲପକାଇ ଭଲ ବ୍ୟବସାୟ କରିବା ସହ ରାଜକନିକା, ଆଳି ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଚାନ୍ଦବାଲି, ମତୋ, ତିହିଡି ଓ ଭଦ୍ରକ ବଜାରରେ ଅଗରବତୀ ବିକ୍ରି କରୁଛନ୍ତି ବୋଲି ସଭାପତି ରଙ୍ଗଲତା ନାୟକ କହିଛନ୍ତି l ରଙ୍ଗଲତା ସ୍ୱାଇଁ, ସବିତା ନାୟକ,ବାସନ୍ତୀ ରାଉଳ, ସୁବାଶିନୀ ଜେନା,ସ୍ଵାଗତିକା ନାୟକ, କବିତା ନାୟକ, ଶଶୀରେଖା ରାଉତ, ସ୍ଵର୍ଣ୍ଣଲତା ନାୟକ ଓ ମଞ୍ଜୁଲତା ଜେନା କହିଛନ୍ତିଯେ ସେମାନେ ଅଗରବତୀ ତିଆରି କରି ମାସକୁ ଆଠ ରୁ ନଅ ହଜାର ଟଙ୍କା ରୋଜଗାର କରିଥାନ୍ତି l ସେମାନେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ହସ ଖୁସିରେ ପରିବାର ଚଳାଇପାରୁଛନ୍ତି l ଏହି ଅଗରବତୀ ତିଆରି କରି ଉତ୍ପାଦକ ଗୋଷ୍ଠୀ ବାର୍ଷିକ ୭୦ଲକ୍ଷ ଟଙ୍କା ବ୍ୟବସାୟ କରୁଛନ୍ତି l ବାର୍ଷିକ ୪ଲକ୍ଷ ଟଙ୍କା ଲାଭ କରୁଛନ୍ତି l ଏହି ଲାଭ ଟଙ୍କାରେ ଏହି ବ୍ୟବସାୟ ବଢ଼ାଉଛନ୍ତି ଓ ମହିଳା ମାନଙ୍କୁ ରୋଜଗାର ଯୋଗାଉଛନ୍ତି l ଯଦି ସରକାରଙ୍କ ପକ୍ଷରୁ ଏହି ଗ୍ରୁପକୁ ଗୋଟିଏ ଘର ଓ ଅଧିକ ମେସିନ ଯୋଗାଇ ଦେଲେ ଏମାନେ ଆହୁରି ଅଧିକ ମହିଳା କାମ କରିବା ସହ ଆହୁରି ଆଗକୁ ଆଗେଇ ପାରିବେ ବୋଲି ସମ୍ପାଦିକା ରଙ୍ଗଲତା ନାୟକ କହିଛନ୍ତି l

Leave A Reply

Your email address will not be published.