Jai Odisha
News

ଅଗଷ୍ଟ ୫ରୁ ୧୫ ପର୍ଯ୍ୟନ୍ତ ସ୍ମାରକୀ ସ୍ଥଳୀ ଦର୍ଶନ ମାଗଣା : କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୮: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଅଗଷ୍ଟ ୫ରୁ ୧୫ ତାରିଖ ମଧ୍ୟରେ ଏଏସଆଇ ଦ୍ୱାରା ସଂରକ୍ଷିତ ସ୍ମାରକୀ ସ୍ଥଳୀମାନଙ୍କରେ ପର୍ଯ୍ୟଟକମାନେ ମାଗଣାରେ ଦର୍ଶନ କରିପାରିବେ ।ଭାରତର ସ୍ବାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ‘ଆଜାଦି କୀ ଅମୃତ ମହୋତ୍ସବ’ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶରେ ‘ହର ଘର ତ୍ରୀରଙ୍ଗା’ ଉତ୍ସବ ଆରମ୍ଭ କରାଯାଇଛି, ଯାହାକି ୨ ଅଗଷ୍ଟରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।’ ଏହି ଅବସରରେ କେନ୍ଦ୍ର ସରକାର ଲୋକଙ୍କୁ ସ୍ବାଧିୀନତାର ଏହି  ପର୍ବ ସହିତ  ଯୋଡିବା ପାଇଁ ଓ ସେଥିରେ ଦେଶ ପ୍ରେମର ଭାବନା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaeological Survey of India) ପକ୍ଷରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସବୁ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ସଂଗ୍ରାହାଳୟ ଆଦିକୁ ଦର୍ଶକଙ୍କ ପାଇଁ ମାଗଣା କରିବାର ଘୋଷଣା କରିଛନ୍ତି। ଏଏସ୍‌ଆଇର ସ୍ମାରକୀ-୨ ନିର୍ଦେଶକ ଡକ୍ଟର ଏନ୍‌କେ ପାଠକଙ୍କ ପକ୍ଷରୁ ବୁଧବାର ନିର୍ଦେଶ ଜାରି କରିଦିଆଯାଇଛି ଯେ, ୫ ଅଗଷ୍ଟରୁ ଦେଶର ସବୁ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଓ ସଂଗ୍ରାହାଳୟ ଆଦିକୁ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଫ୍ରି କରି ଦିଆଯାଇଛି। ଏହି ସ୍ଥାନ ଗୁଡିକରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ଏ ସମ୍ପର୍କରେ ନିର୍ଦେଶ ସବୁ ଆଞ୍ଚଳିକ ନିର୍ଦେଶକ ଓ  ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଯାଇଛି।

Leave A Reply

Your email address will not be published.