Jai Odisha
News

ଅଗ୍ନିଶମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସୁଧାଂଶୁ

ଭୁବନେଶ୍ୱର,୨୨ା୫:ଅଗ୍ନିଶମ  ମହାନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ । କଟକ ଅଗ୍ନିଶମ ବିଭାଗର ମୁଖ୍ୟାଳୟାରେ ଦାୟିତ୍ବ ଗ୍ରହଣ କରିଛନ୍ତି ।  ଅଗ୍ନିଶମ ବିଭାଗର  ୪୫ତମ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଭାର ଗ୍ରହଣ କରୁଛନ୍ତି ଓଡ଼ିଆ IPS ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ। ୧୯୯୦ ବ୍ୟାଚ୍  ର ଏହି IPS ଅଧିକାରୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନତି ଦେଇଥିଲେ ରାଜ୍ୟ ସରକାର।  ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ନିର୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଥିଲେ। ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି।ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ।  ପୂର୍ବରୁ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରୀଟି ଭାବରେ କାର୍ଯ୍ୟରତ ଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ସୁଧାଂଶୁ ଷଡଙ୍ଗୀ କହିଛନ୍ତି ୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି। ଅତୀତରେ ରାଜ୍ୟ ଅଗ୍ନିଶମ କର୍ମଚାରୀମାନେ ବାହାର ରାଜ୍ୟଗୁଡିକରେ ଭଲ କାମ କରି ପ୍ରଶଂସା ପାଇଛନ୍ତି।ଆଜି ସକାଳ ପ୍ରାୟ 8 ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ଆସି କାର୍ଯ୍ୟକାରୀ ନିର୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି। ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଡ଼ ସୁଧାଂଶୁ ଷଡଙ୍ଗୀଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ,୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର  ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା।

 

Leave A Reply

Your email address will not be published.