Jai Odisha
News

ଅଗ୍ନି-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର, ୦୭/୦୬: ବାଲେଶ୍ବର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି ।   ସୋମବାର ସନ୍ଧ୍ୟା ୭:୩୦ ରେ ବାଲେଶ୍ୱର ଅବଦୁଲ କଲାମ ଦ୍ୱିପରୁ ଏହି ମିଜାଇଲର ପରୀକ୍ଷଣ ହୋଇଥିଲା । ଆଉ ଏହି ମିଜାଇଲର ସଫଳ ପରୀକ୍ଷଣ ପରେ ଦେଶର ସାମରିକ ଶକ୍ତିରେ ବୃଦ୍ଧି ହୋଇଛି ।  ରଣନୈତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ରର ଏକ ନିୟମିତ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ଆଶାନୁରୂପ ସଫଳତା ହାସଲ କରିଥିଲା। ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ୩୫୦୦ ରୁ ୪୦୦୦ କିମି ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଛି । ଏହି ମିଜାଇଲର ଲମ୍ବ ୨୦ ମିଟର, ୧ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଗତ ବର୍ଷ ଭାରତ ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷଣ କରିଥିଲା, ଏହି ମିଜାଇଲ ୧୦୦୦ ରୁ ୨୦୦୦ କିମି ଲକ୍ଷ୍ୟଭେଦ କରିପାରିବ । ଏହି କ୍ଷେପଣାସ୍ତ୍ର ଉତକ୍ଷେପଣର ସମସ୍ତ ପରିଚାଳନାଗତ ମାପଦଣ୍ଡ ସହିତ ପ୍ରଣାଳୀର ବିଶ୍ବସନୀୟତାକୁ ପ୍ରମାଣିତ କରିଥିଲା।

Leave A Reply

Your email address will not be published.