Jai Odisha
News

ଅଗ୍ନି-୫ର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଡିଆର୍‌ଡିଓର ମିଶନ ଦିବ୍ୟାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଲେଖିଛନ୍ତି, ଡିଆର୍‌ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଛି। ଯାହାକି ମଲଟିପଲ୍‌ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବୁଲ ରି-ଏଣ୍ଟ୍ରି ଭେଇକିଲ୍‌ ଉନ୍ନତ ଜ୍ଞାନ କୌଶଳ ସହ ସ୍ବଦେଶୀ ଭାବେ ବିକଶିତ କରାଯାଇଛି ।

Leave A Reply

Your email address will not be published.