Jai Odisha
News

ଅଙ୍ଗନବାଡି କର୍ମୀ ବାଲମତିକୁ ମମତା ସ୍କିମରେ ଜିଲ୍ଲାର ବେଷ୍ଟ ଅଙ୍ଗନବାଡି ଭାବରେ ଫାଷ୍ଟ ପ୍ରାଇଜ ଦେଲେ ଜିଲ୍ଲାପାଳ

ନବରଙ୍ଗପୁର , ୦୯/୦୩– ଆର୍ନ୍ତଜାତିକ ମହିଳା ଦିବସ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ର ସମାଜ କଲ୍ଯାଣ ବିଭାଗ ତରଫରୁ ଆଜି ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର , ଆରକ୍ଷି ଅଧିକ୍ଷକ ପି ପୁରୁଷୋତ୍ତମ ଦାସ ,ଉପଜିଲ୍ଲା ପାଳ ଅକ୍ଷୟ ସୁନୀଲି ଅଗ୍ରୱାଲ ମିଳିତ ଭାବରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ଡାବୁଗାଁ ବ୍ଲକର ଅଙ୍ଗନବାଡି କର୍ମୀ ବାଲମତିକୁ ମମତା ସ୍କିମରେ ଜିଲ୍ଲାର ବେଷ୍ଟ ଅଙ୍ଗନବାଡି ଭାବରେ ଫାଷ୍ଟ ପ୍ରାଇଜ ଦେଇଥିଲେ ଏହି ବବସରରେ ସେଠାରେ ଉପସ୍ଥିତ ଥିଲେ ଡାବୁଗାଁ ସିଡିପିଓ ଯମୁନା ଭାତରା ତତ ସଙ୍ଗେ ସଙ୍ଗେ ଜିଲ୍ଲାର ମହିଳା ପୋଲିସ , ୱାନଷ୍ଟପ ସେଣ୍ଟର ର କର୍ମୀ, ଓ କୋଭିଡି ଯୋଦ୍ଧା ମାନଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ସୁପର ଭାଇଜର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.