Jai Odisha
News

ଅଙ୍ଗନୱାଡ଼ି ଶିଶୁଙ୍କୁ ବଦଳରେ ମାଛ ଖାଉଛି ଛତୁଆ

ଡାବୁଗାଁ  ,୧୧/୦୨ : ଶିଶୁଙ୍କ ବଦଳରେ ମାଛ ଖାଉଛି ଛତୁଆ . ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯାଇଥିବା ଛତୁଆ ଏକ ପୋଖରୀରେ ମାଛ ଙ୍କୁ ଖାଇବାକୁ ଦିଆଯାଇଥିବା ନେଇ ଖବର ପ୍ରସାରଣ ପରେ ଚେଇଁ ଉଠିଛି ମହିଳା ଓ ସମ୍ମନିତ ଶିଶୁ ବିଭାଗ . ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସିଡିପିଓ ଗତକାଲି ମହେନ୍ଦ୍ରି ଗ୍ରାମ ର ପୋଖରୀ ରେ ଯାଇ ତଦନ୍ତ କରିଥିଲେ . ପ୍ରାଥମିକ ତଦନ୍ତ ପରେ ଛତୁଆ ପକେଟ୍ ଡାବୁଗାଁ ହାଟପଦା ସ୍ଥିତ ମା ମୁତ୍ୟାଲୁ ସ୍ୱୟଂ ସହାୟକ ଗୋଷ୍ଠୀ ର ବୋଲି ଜଣା ପଡିଥିଲା . ପାପଡାହାଣ୍ଡି ବ୍ଲକ ର ମହେନ୍ଦ୍ରି ଗ୍ରାମରେ ଥିବା ଏହି ପୋଖରୀ ସରକାରୀ ପୋଖରୀ ହୋଇଥିବା ସ୍ଥଳେ କୋରାପୁଟ ର ଜଣେ ବ୍ୟେକ୍ତି ଙ୍କୁ ଏହି ପୋଖରୀ ନିଲାମ ଆକାରରେ ଦିଆ ଯାଇଥିବା ତଦନ୍ତ ରୁ ଜଣା ପଡ଼ିଥିଲା ବେଳେ ସଂପୃକ୍ତ ମାଛ ଜାଆଁଳା ଛାଡିଥିବା ବ୍ୟେକ୍ତି ହିଁ ଡାବୁଗାଁ ବ୍ଲକ ରୁ ଶିଶୁ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ କୁ ଚୋରା ରେ ନେଇ ମାଛ ଙ୍କୁ ଖାଦ୍ୟ ଆକାରରେ ଦେଇଥିବା ସ୍ପଷ୍ଟ ହୋଇଛି . ତେବେ ମାଛ ଯାଆଁଳା ଛାଡିଥିବା ସଂପୃକ୍ତ ବ୍ୟେକ୍ତି ପୋଖରୀରେ ମହେନ୍ଦ୍ରି ଗ୍ରାମ ର କିଛି ଶ୍ରମିକ ଲଗାଇ ଏହି କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି . ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା ପ୍ରାଥମିକ ରିପୋର୍ଟ ଡିଏସବ୍ଲୁ ଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ଛତୁଆ ତସ୍କରି କରି ମାଛ ଙ୍କୁ ଖାଦ୍ୟ ଆକାରରେ ଦେଇଥିବା ବ୍ୟେକ୍ତି ବିଶେଷ ଙ୍କୁ ବିଭାଗ ତରଫରୁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା . ସୂଚନା ଥାଉ କି ଡାବୁଗାଁ ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଙ୍କ ଅଧିନରେ ଡାବୁଗାଁ ସଦର ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ଲକ ର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର କୁ ଶିଶୁ ଓ ମହିଳା ଙ୍କ ପାଇଁ ଛତୁଆ ବଣ୍ଟନ କରାଯାଉଥିଲା . ତେବେ ଗତ ନଭେମ୍ବର ମାସ ୨୦୨୨ ମସିହାର ୪୦ ରୁ ଉର୍ଦ୍ଧ ଛତୁଆ ପେକେଟ ଡାବୁଗାଁ ନିକଟ ମହେନ୍ଦ୍ରି ଗ୍ରାମ ର ଏକ ପୋଖରୀ ରେ ପକେଟ୍ ଖୋଲା ଯାଇ ପଡିଥିବା ଦେଖା ଦେଇଥିଲା . ପୋଖରୀରେ ମାଛ ଜାଆଁଳା ଛଡା ଯାଇଥିବାରୁ ମାଛ ଙ୍କୁ ଦାନା ଦେବା ପାଇଁ ଏହି ଛତୁଆ ଗୁଣ୍ଡ କୁ ଏଠାରେ ପକା ଯାଇଥିବା ଜଣା ପଡ଼ିଥିଲା . ମକା ହାଲୁଆ ଗୁଣ୍ଡ ଛତୁଆ ପେକେଟ୍ ଡାବୁଗାଁ ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଦଳ ର ବୋଲି ପକେଟ୍ ର ସ୍ପଷ୍ଟ ଉଲ୍ଲେଖ ଥିଲା . ତେବେ ଶିଶୁ ଓ ମହିଳା ଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୁଷ୍ଟିକର ଛତୁଆ କୁ କିଏ ଓ କାହିଁକି ବିକ୍ରି କରିଛି ତାହା ଜଣା ପଡି ନ ଥିବା ବେଳେ ଡାବୁଗାଁ ବ୍ଲକ ରେ ଛତୁଆ ଯୋଗାଣ ର ସ୍ପଷ୍ଟତା ନେଇ ପ୍ରଶ୍ନ ଉଠିଥିଲା . ପ୍ରକୃତରେ ମହେନ୍ଦ୍ରୀ ଗ୍ରାମ ପୋଖରୀରେ ପଡ଼ିଥିବା ଏହି ଛତୁଆ ଜରି ଶିଶୁ ଓ ଗର୍ଭବତୀ ମହିଳା ମାନେ ଖାଇବା ଉପଯୋଗୀ କି ନାହିଁ ତାହା ସନ୍ଦେହ ଦେଖା ଦେଇଥିବା ବେଳେ ଖାଇବା ଉପଯୋଗୀ ନ ଥିବାରୁ କେହି ବିକ୍ରି କରିଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ . ଡାବୁଗାଁ ବ୍ଲକ ରୁ ମହେନ୍ଦ୍ରି ଗ୍ରାମ ମାତ୍ର ତିନି କିମି ଦୂର ହୋଇଥିଲେ ସୁଦ୍ଧା ଏହିଁ ଗ୍ରାମ ପାପଡାହାଣ୍ଡି ବ୍ଲକ ର ହୋଇ ଥିବାରୁ ନିର୍ଭୟରେ ଶିଶୁଙ୍କ ଛତୁଆ ପକେଟ୍ ବିକ୍ରି କରାଯାଇଛି . ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଡାବୁଗାଁ ସିଡିପିଓ ଗତକାଲି ମହେନ୍ଦ୍ରି ଗ୍ରାମ ଯାଇ ଛତୁଆ ଜରି ର ନମୁନା ସଂଗ୍ରହ କରିଥିଲେ ।

Leave A Reply

Your email address will not be published.