Jai Odisha
News

ଅଜିତ ମହାନ୍ତି ହେଲେ ପରମାଣୁ ଶକ୍ତି ଆୟୋଗର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର,୩୦।୪ : ଡ.ଅଜିତ ମହାନ୍ତିଙ୍କୁ ପରମାଣୁ ଶକ୍ତି ଆୟୋଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଡ.ଅଜିତ ମହାନ୍ତି ପରମାଣୁ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ରୁ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦେଶକ ଭାବେ କାର୍ଯ୍ୟରତ ରହିଛନ୍ତି।କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ବଡ଼ ବଡ଼ ପଦରେ ଏକାଧିକ ଓଡ଼ିଆ ଅବସ୍ଥାପିତ ହୋଇଛନ୍ତି । ତେବେ ଏହା ମଧ୍ୟରେ ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି । ଡ. ଅଜିତ ମହାନ୍ତି ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ହୋଇଛନ୍ତି । ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟର ସେକ୍ରେଟାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିବେ । ବର୍ତ୍ତମାନ ଶ୍ରୀ ମହାନ୍ତି ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗତ ୨୦୧୯ରୁ ଏହି ପଦ ସମ୍ଭାଳୁଛନ୍ତି ।

Leave A Reply

Your email address will not be published.