Jai Odisha
News

ଅଟୋକୁ ଧକ୍କା ଦେଲା ଅଜଣା ଅଟୋ , ମହିଳା ମୃତ , ଆଶା ଦିଦି ଗୁରୁତର

ନବରଙ୍ଗପୁର,୩ ।୧:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ରାଜ୍ୟ ରାଜପଥ ରେ ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟ ସମୟରେ ଉମରକୋଟ ରୁ ଡାବୁଗାଁ ଦିଗକୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ କୁ ଅନ୍ୟ ଏକ ଅଜଣା ଅଟୋ ସମ୍ମୁଖ ପଟୁ ଧକ୍କା ଦେବା ରୁ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତ୍ତର ଆହତ ହୋଇଛନ୍ତି . ଆହତ ମହିଳା ଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି . ମୃତ ମହିଳା ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ବରକି ଗୁଡା ର ଗୁରୁବାରି ଭତରା (୪୦) ବୋଲି ଜଣା ପଡିଛି . ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି . ସୂଚନା ଅନୁଯାୟୀ ଗତକାଲି ରବିବାର ଦିନ ଡାବୁଗାଁ ଥାନା ଅନ୍ତର୍ଗତ ବରକିଗୁଡ ଗ୍ରାମ ର ୫ ରୁ ୬ ମହିଳା ଦିଆଳି ପର୍ବ ମାନିବାକୁ ନିମନ୍ତ୍ରଣ ପାଇ ନିଜ ସମ୍ପର୍କୀୟ ଉମରକୋଟ ଥାନା ଅନ୍ତର୍ଗତ ଆଦିବାସୀ ପୂର୍ଲ୍ଲା ଗ୍ରାମ କୁ ନିଜ ଗ୍ରାମର ତଥା ମୃତ ମହିଳାଙ୍କ ଅଟୋ ଗାଡରେ ଯାଇଥିଲେ . ଦିଆଳି ପର୍ବ ସମାପ୍ତ ପରେ ଆଜି ସନ୍ଧ୍ୟା ସମୟରେ ମହିଳା ମାନେ ପୁଣି ବରକିଗୁଡାକୁ ସେହି ଅଟରେ ବାହାରିଥିଲେ । ତେବେ ଅଟୋରେ ପୁର୍ଲ୍ଲା ଗ୍ରାମରୁ ଡାବୁଗାଁ ଆସିବା ସମୟରେ ସନ୍ଧ୍ୟା ପ୍ରାୟ ୬ ଘଣ୍ଟ ସମୟରେ ଡାବୁଗାଁ ଥାନା ଝରିଗୁଡ଼ା ନିକଟରେ ଏକ ଅଜଣା ଅଟୋ ଯାତ୍ରୀବାହୀ ଅଟୋ କୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା . ଏଥିରେ ଅଟୋରେ ବସିଥିବା ବରକିଗୁଡା ଗ୍ରାମର ଗୁରୁବାରି ଭତରା (୪୦) ଗୁରୁତର ଆହତ ହୋଇଥିଲେ । ଗୁରୁବାରିର ଛାତି ଓ ବେକରେ ପ୍ରବଳ ଆଘାତ ଲାଗିଥିବା ବେଳେ ସେହି ଗ୍ରାମର ଆଶାଦିଦି ଦ୍ରୁପତି ମାଝୀଙ୍କ ଗଡ଼ ଭାଙ୍ଗିଥିବା ସୂଚନା ମିଳିଛି ।ଅଜଣା ଅଟୋ ଧକ୍କା ଦେବା ପରେ ସେଠାରୁ ଚଂପଟ ମାରିଥିଲା । ତୁରନ୍ତ ଦୁହି ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ଗୁରୁବାରି ଭତରା କୁ ମୃତ ଘୋଷଣା କରିଥିଲେ । ଗୁରୁତର ଆଶାଦିଦି ଦ୍ରୁପତି ମାଝୀକୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅଟୋରେ ବସିଥିବା ଅନ୍ୟ ମହିଳାମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ମୃତ ମହିଳାର ପୁଅ ନିଜ ଦୁର୍ଘଟଣା ଗ୍ରସ୍ତ ଆଟୋକୁ ଘଟଣା ସ୍ଥଳରୁ ନେଇ କେଉଁଆଡ଼େ ଚାଲିଯାଇଥିବା ସୂଚନା ମିଳିଛି ।ଆଟୋର କାଗଜପତ୍ର ଠିକ ନାଥବା ଏବଂ ଚାଳକର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଭୟରେ ପାଲିଥିବା ଜଣାପଡ଼ିଛି । ବର୍ତ୍ତମାନ ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.