Jai Odisha
News

ଅତାବିରା ଓ ହିନ୍ଦୋଳ NAC ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା

ଢେଙ୍କାନାଳ,୧।୩  :  ଅତାବିରା ଓ ହିନ୍ଦୋଳ NAC ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା । ଏପ୍ରିଲ ୩ ରେ ହେବ ନିର୍ବାଚନ । ୯ ମାର୍ଚ୍ଚ ରୁ ୧୫ ମାର୍ଚ୍ଚ ନାମାଙ୍କନ । ୧୭ ମାର୍ଚ୍ଚରେ ଯାଞ୍ଚ । ୨୦ ମାର୍ଚ୍ଚ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ ।  ଆଜିଠୁ  ଆଚରଣ ବିଧି ଲାଗୁ ହୋଇଛି । ଅତାବିରା ଓ ହିନ୍ଦୋଳ NAC ର କାର୍ଯ୍ୟକାଳ ୨୦୨୩ ଏପ୍ରିଲ ୧୨ରେ ଶେଷ ହେଉଛି । ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୧.୧.୨୦୨୩  ମଧ୍ୟରେ କେନ୍ଦ୍ରର ଭୋଟର ତାଲିକା ଅନୁସାରେ ଭୋଟର ତାଲିକା ଅନୁସାରେ ତାଲିକା ପ୍ରସ୍ତୁତ କରାଯାଇଛି । ୨ ଟି NAC ରେ ୨୮ ଟି ବୁଥରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି । କାଉନସିଲର ଓ ଚେୟାର ପର୍ସନ ପାଇଁ ପୃଥକ୍ ପୃଥକ୍ ଇଭିଏମ୍ ବ୍ୟବହାର କରାଯିବ । ଇଭିଏମରେ  ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଉଛି । କାଉନସିଲରମାନେ ୫୦ ହଜାର । ଚେୟାର ପର୍ସନ ୨ ଲକ୍ଷ ଖର୍ଚ୍ଚ କରି ପାରିବେ । ଜଣେ ପ୍ରାର୍ଥୀ ୨ ଟି ସତ୍ୟପାଠ ଦେବେ । ପ୍ରଥମଟି ଶିକ୍ଷାଗତ ଯୋଗ୍ୟତା, ଅପରାଧିକ କାର୍ଯ୍ୟକଳାପ ଓ ସମ୍ପତ୍ତି ତାଲିକା ଓ ଅନ୍ୟଟି ଜୀବନ ସାଥୀ ଜୀବିତ ଓ ଦୁଇରୁ ଅଧିକ ପିଲା ନଥିବା ସତ୍ୟପାଠରେ ସ୍ପଷ୍ଟ କରିବେ ।

Leave A Reply

Your email address will not be published.