Jai Odisha
News

ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ୦୮/୦୮: CT & GST କଟକ-୧ ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ । ଅତିରିକ୍ତ କମିଶନର ପିୟୁଷ କାନ୍ତ ପାଣିଙ୍କ ଘରେ ଏହି ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି । କଟକ, ଭୁବନେଶ୍ୱର, ଯାଜପୁରର ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । କଟକ ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଚଢାଉ ହୋଇଛି । ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ।କଟକ ଓମ୍ପିରେ ଥିବା OFSC ଟାୱାରସ୍ଥିତ ଅଫିସ, ଭୁବନେଶ୍ବର ଚକେଇସିଆଣି ସ୍ଥିତ ତିନି ମହଲା କୋଠା, ଯାଜପୁର ଚୋରଦା ଛକରେ ଥିବା ଦୁଇଟି ୩ ମହଲା କୋଠା ଏବଂ ଗୋଟିଏ ବିଲ୍ଡିଂ, ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ପ୍ଲଟ, ଭୁବନେଶ୍ବର ସାମନ୍ତପୁର ମୌଜାରେ ଥିବା ପ୍ଲଟ, ଭୁବନେଶ୍ୱର ସୁନ୍ଦରପୁର ମୌଜାରେ ଥିବା ପ୍ଲଟରେ ଚଢାଉ ଜାରି ।

Leave A Reply

Your email address will not be published.