Jai Odisha
News

ଅତିରିକ୍ତ ଦାୟିତ୍ୱ ନେଲେ ଅତନୁ ସବ୍ୟସାଚୀ,ବାଦ୍ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ

ଭୁବନେଶ୍ବର : ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ ହରାଇଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିବା ଜଣାପଡ଼ିଛି। ଶ୍ରୀ ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନ ଆଧାରରେ ରୋହିତ ପୂଜାରୀଙ୍କ ନେତୃତ୍ୱାଧୀନ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ସବୁଠୁ ଖରାପ ଥିଲା ବୋଲି ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ତାଙ୍କୁ ପଦ ହରାଇବାକୁ ପଡ଼ିଲା। ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ୍ ୫ତାରିଖରେ ବିଭାଗର ଦାୟିତ୍ୱ ନେଇଥିଲେ ରୋହିତ ପୂଜାରୀ।ଗତ ବର୍ଷ ଜୁନ୍ ମାସରେ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା । କିନ୍ତୁ ଦଳ ମଧ୍ୟରେ ତାଙ୍କୁ ଗୁରୁତ୍ୱ ମିଳୁ ନ ଥିଲା । ବିଭାଗ ୱାରୀ ସମୀକ୍ଷା ପରେ ତାଙ୍କ ପରଫର୍ମାାନ୍ସ ଭଲ ନ ଥିଲା ବୋଲି କୁହାଯାଉଛି । ତେବେ ଏହା ଭିତରେ ଅନ୍ୟ କିଛି ରାଜନୈତକ କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ବର୍ଷ ଭିତରେ ପ୍ରଦର୍ଶନ କିଭଳି ଖରାପ ହୋଇଗଲା ବୋଲି ଆଲୋଚନା ହେଉଛି । ନିକଟରେ ଜାତୀୟ ସ୍ତରରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକର ଖରାପ ପ୍ରଦର୍ଶନ ତାଲିକା ଏହାର ଏକ କାରଣ ହୋଇପାରେ ବୋଲି କୁହାଯାଉଛି । ନାକ୍ ରେ ମଧ୍ୟ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକ ଆଶାଜନକ ସଫଳତା ହାସଲ କରିନାହିଁ ।

Leave A Reply

Your email address will not be published.