Jai Odisha
News

ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର,୨୧।୫: ପୁରୀ-ହାୱଡା ଯିବା ବାଟରେ ଅଧାରେ ଅଟକିଗଲା ବନ୍ଦେ ଭାରତ ଏକ୍ସପ୍ରେସ । ଯାଜପୁର ବୈତରଣୀ ରୋଡ୍‌ ନିକଟରେ ବନ୍ଦେ ଭାରତ ଟ୍ରେନ୍‌ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି । ଅପରାହ୍ଣ ୪ଟା ୩୫ରୁ ବନ୍ଦେ ଭାରତ ଟ୍ରେନ୍‌ ଅଟକି ରହିଥିବାବେଳେ ଯାତ୍ରା ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛି ରେଳବାଇ ।ଯାଜପୁର ବୈତରଣୀ ରୋଡ ନିକଟ ବୈତରଣୀ ବ୍ରିଜ ଉପରେ ଆଗକୁ ଯାଇ ନ ପାରି ଅଟକି ରହିଛି ଏହି ସୁପରଫାଷ୍ଟ ଟ୍ରେନ । ଅପରାହ୍ନ ୪.୩୫ରୁ ଗୋଟିଏ ଜାଗାରେ ଟ୍ରେନଟି ଠିଆ ହୋଇ ରହିଛି । କାଳବୈଶାଖୀର ପ୍ରଭାବରେ ବନ୍ଦେ ଭାରତ ଏକ୍ସପ୍ରେସ ଅଧାରେ ଅଟକି ରହିଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ଯୋଗୁଁ ଗଛ ପଡି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗି ଯାଇଥିବା ଜଣାଯାଇଛି । ତେବେ ଗଛ ହଟାଇ ଗାଡିକୁ ବାଟ କାଢିବା ସହ ପୁଣି ଥରେ ଯାତ୍ରା ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.