Jai Odisha
News

ଅନ୍ତର୍ଜାତୀୟ ମହିଳା ଦିବସ :ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୦୮।୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍‌ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କଚ୍ଛରେ ଆୟୋଜିତ ସେମିନାରକୁ ସମ୍ବୋଧିକ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମାଜର ବିକାଶ କ୍ଷେତ୍ରରେ ମହିଳାଙ୍କ ଭୂମିକା ନେଇ ଏହି ସେମିନାର ଆୟୋଜନ କରାଯାଇଛି, ଯେଉଁଥିରେ କି ୫୦୦ ଜଣ ମହିଳା ଭିଡିଓ କନଫରେନ୍ସଂ ଜରିଆରେ ସାମିଲ ହେବ । ସଂସ୍କୃତି, ଧର୍ମ, ସୁରକ୍ଷା ଆଦି କ୍ଷେତ୍ରରେ ମହିଳାଙ୍କ ଭୂମିକା ନେଇ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

 

Leave A Reply

Your email address will not be published.