Jai Odisha
News

ଅବଦୁଲ ହରେମାନକୁ ୭ ବର୍ଷ ଜେଲ୍ , ୨୫ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ,୧୪।୨ : ଭାରତରେ ଉଗ୍ରବାଦୀ ସ˚ଗଠନ ଅଲ୍‌ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ଅଲ୍ କଏଦା ନେଟୱର୍କ ପାଇଁ କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଅବଦୁଲ ହରେମାନକୁ ଆଜି ଦଣ୍ଡାଦେଶ ଶୁଣାଯାଇଛି । ୭ ବର୍ଷ ୫ ମାସ ଜେଲ୍ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନ ଧାର୍ଯ୍ୟ କରାଯାଇଛି । ଏହା ସହିତ ରହେମାନ ର ଆଉ ତିନି ଜଣ ସାଥୀ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମିଙ୍କୁ ସମାନ ଦଣ୍ଡ ମିଳିଛି । ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଜଣଙ୍କୁ ଖସି ଯାଇଛନ୍ତିି । ୧୦ ହଜାର ଟଙ୍କା ଲେଖାଏଁ ପର୍ସନାଲ ବଣ୍ଡରେ ଖଲାସ କରିଛି କୋର୍ଟ । ଓଡିଶାର କଟକ ଟାଙ୍ଗୀ ଅଞ୍ଚଳରେ ଏକ ମାଦ୍ରାସ ଖୋଲି ସେ ପିଲାମାନଙ୍କୁ ତାଲିମ ଦେଉଥିଲା । ଦିଲ୍ଲୀର ସ୍ୱତନ୍ତ୍ର ପୁଲିସ ଦଳ କମିଶନରେଟ୍ ପୁଲିସ ସହାୟତାରେ ଜଗତପୁର ଥାନା ଅଞ୍ଚଳରୁ ତାକୁ ଉଠାଇ ନେଇଥିଲା । ୨୦୧୫ ମସିହାରେ ରହେମାନକୁ ଗିରଫ କରାଯାଇଥିଲା । ରହେମାନକୁ ଦିଲ୍ଲୀ ପୋଲିସ ସହ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟର ପୋଲିସମାନେ ମଧ୍ୟ ଜେରା କରିଥିଲେ । ଓଡିଶା ଲିଙ୍କ ପାଇଁ କ୍ରାଇମବ୍ରାଞ୍ଚ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଥର ରିମାଣ୍ଡରେ ନେଇଥିଲା ।

Leave A Reply

Your email address will not be published.