Jai Odisha
News

ଅବପାତର ରୂପ ନେଲା ଲଘୁଚାପ ,୫ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର,୨୬।୭: ଅବପାତର ରୂପ ନେଇ ଆହୁରି ଘନୀଭୂତ  ହେଲା ଲଘୁଚାପ । ଗୋଟିଏ ସପ୍ତାହରେ ଦୁଇଟି ଅବପାତ । ସପ୍ତାହବ୍ୟାପୀ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଅତିପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଓ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେତେକ ସ୍ଥାନରେ ୭୦ରୁ ୨ଶହ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୨୭ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ମନା ହୋଇଥିବା ଜଣାପଡ଼ିଛି। ଆସନ୍ତା 24 ଘଣ୍ଟା ଭିଜିବ ଓଡ଼ିଶା । ବିଭିନ୍ନ ଜିଲ୍ଲାକୁ ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ଜାରି ।

 

Leave A Reply

Your email address will not be published.