Jai Odisha
News

ଅଭିନେତ୍ରୀ ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ,୦୪/୦୮ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ବର୍ଷା ତାଙ୍କ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିବା ମାମଲାରେ ଦିଲ୍ଲୀ ପୁଲିସ୍‌ ନୋଟିସ୍‌ ଜାରି କରିଥିଲା। ଏହାକୁ ନେଇ ପରେ ବର୍ଷା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜମିନ ପାଇଁ ଆବେଦନ କରିଥିଲେ। ଆଜି ହାଇକୋର୍ଟ ମାମଲାର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ସମନ କରିଥିଲା । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିଲା । ୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ବର୍ଷାଙ୍କ ସମନ ହୋଇଥିଲା । ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ ବର୍ଷାଙ୍କୁ ଖୋଜି କଟକରେ ପହଂଚିଥିଲା । ପୁରୀ ଘାଟ ଥାନା ପୋଲିସ ସହଯୋଗ କରିନଥିଲା । ପରେ ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିଲେ । ଦିଲ୍ଲୀ ପୋଲିସର ସମନ୍‌ ପରେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲା

Leave A Reply

Your email address will not be published.