Jai Odisha
News

ଅମୁଲ୍ୟ ବେହେରା, ଭାରତୀକୃଷ୍ଣ ମିଶ୍ର ପାଇଲେ ଚଳିତ ବର୍ଷ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡା ପୁରସ୍କାର

କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡା ପୁରସ୍କାର ଅନୁଷ୍ଠିତ

ଭୁବନେଶ୍ୱର :ଭୁବନେଶ୍ୱର ସହିଦ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ କ୍ଲବ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି. ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲ କିପର ଭାରତୀକୃଷ୍ଣ ମିଶ୍ର ପୁରସ୍କାର ପାଇବା ସମାରୋହରେ କ୍ରୀଡ଼ାବିତ ମାନେ ଖେଳ ପ୍ରତି ଅଧିକ ସମର୍ପିତ ହେଲେ ସଫଳତା ହାସଲ କରିହେବ ବୋଲି କହିଛନ୍ତି. ଶ୍ରେଷ୍ଠ କୋଚ ପାଇଥିବା ଅମୁଲ୍ୟ ବେହେରା ମଧ୍ୟ ପ୍ରକୃତ କୋଚ ହେଉଛି ସିଏ ଯିଏ ଖେଳାଳିଙ୍କ ପ୍ରତିଭା ସଠିକ ଭାବେ ଚୟନ କରିଥାଏ ବୋଲି ମତ ଦେଇଛନ୍ତି. ଏହା ସହ ରାଜ୍ୟର ପାଇଁ ବିଭିନ୍ନ ବର୍ଗରେ କ୍ରିକେଟ ଖେଳି ସଫଳତା ହାସଲ କରିଥିବା କ୍ରିକେଟରଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି. ଏହି ଅବସରରେ ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି, ପୂର୍ବତନ ରଣଜି କ୍ରିକେଟର ରଶ୍ମି ପରିଡା,ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସମ୍ପାଦକ ଡକ୍ଟର ସୌର୍ଯ୍ୟ ରଞ୍ଜନ ପରିଜା ପ୍ରମୁଖ ଯୋଗଦାନ କରିଛନ୍ତି.

Leave A Reply

Your email address will not be published.