Jai Odisha
News

ଅମୃତସର ‘ବିଏସ୍‌ଏଫ୍‌’ ଯବାନକ୍ୟାମ୍ପରେ ଗୁଳିକାଣ୍ଡ: ୫ ଯବାନ୍‌ ନିହତ

ଅମୃତସର ,୬/୩: ଆଜି ଅମୃତସରର ଖାସା ଗ୍ରାମରେ ଥିବା ‘ବିଏସ୍‌ଏଫ୍‌’ ମୁଖ୍ୟାଳୟ ମେସ୍‌ରେ ଗୁଳିକାଣ୍ଡ ଘଟିବାରୁ   ୫ଜଣ ଯବାନ୍‌ ନିହତ ହୋଇଛନ୍ତି।ଏକ BSF ଯବାନ କ୍ୟାମ୍ପରେ ଥିବା ଯବାନ ନିଜ ସାଥୀ ଯବାନ ଉପରକୁ ଆଖିବୁଜା ଗୁଳି କରିଥିଲେ, ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ଗୁଳି ଚଳାଇଥିବା BSF ଯବାନଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଏ ସଂକ୍ରାନ୍ତ ବିବୃତିରେ ‘ବିଏସ୍‌ଏଫ୍‌’ ଅଧିକାରୀମାନେ କହିଛନ୍ତି, ଅମୃତସର ଅନ୍ତର୍ଗତ ଖାସାରେ ଆଜି ଗୋଟାଏ ଦୁଃଖଦ ଘଟଣାରେ ୧୪୪ ବାଟାଲିୟାନ୍‌ର ମୁଖ୍ୟାଳୟରେ କନେଷ୍ଟବଳ ସଟ୍ଟେପା ଏସ୍‌କେ ଗୁଳି ଚଳାଇବାରୁ ୫ଜଣ ‘ବିଏସ୍‌ଏଫ୍‌’ ଯବାନ ଆହତ ହୋଇଥିଲେ। କନେଷ୍ଟବଳ ସଟ୍ଟେପା ଏସ୍‌କେ ମଧ୍ୟ ଏହି ଘଟଣାରେ ଆହତ ହୋଇଥିଲେ। ଆହତ ହୋଇଥିବା ୬ଜଣଙ୍କ ମଧ୍ୟରୁ କନେଷ୍ଟବଳ ସଟ୍ଟେପା ଏସ୍‌କେ ସମେତ ୫ଜଣ ପ୍ରାଣ ହରାଇଛନ୍ତି। ଜଣେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦିଆଯାଇଛି।

 

Leave A Reply

Your email address will not be published.