Jai Odisha
News

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ନୂଆଦିଲ୍ଲୀ,୧୬।୧୧: ଭାରତରେ ପୁଣି ଥରେ ଭୂକମ୍ପ। ନିକଟରେ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳକୁ ଥରାଇ ଦେଇଛି ଭୂକମ୍ପ। ଏବେ ଅରୁଣାଚଳ ପ୍ରଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାରେ ଅବସ୍ଥିତ ବସର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ସକାଳ ପ୍ରାୟ ୯ଟା ୫୫ ମିନିଟ୍‍ ରେ ଏହି ଝଟକା ଅନୁଭବ ହୋଇଛି । ଏନସିଏସ ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ କରାଯାଇଛି । ଅଧିକାରୀଙ୍କ ସୂଚନାନୁଯାୟୀ, ଏଯାଏଁ ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି । ମାତ୍ର ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଏହା ପୂର୍ବରୁ ନଭେମ୍ବର ୧୦ରେ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୫.୭ ରେକର୍ଡ କରାଯାଇଥିଲା । ସକାଳ ୧୦ଟା୩୧ ମିନିଟ୍‍ ରେ ଅନୁଭବ ହୋଇଥିଲା । ସେହିପରି କିଛି ଦିନ ପୂର୍ବରୁ ନେପାଳରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହାର ଝଟକା ଦିଲ୍ଲୀ, ଲଖନଉ, ମୁରାଦାବାଦ ଭଳି ଅନେକ ସହରରେ ଅନୁଭବ ହୋଇଥିଲା । ରାତି ୨ଟାରେ ହୋଇଥିବା ଏହି ଭୂକମ୍ପରେ ଧନଜୀବନର କ୍ଷୟକ୍ଷତି ହୋଇଥିଲା ।

Leave A Reply

Your email address will not be published.