Jai Odisha
News

ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା

ବଲାଙ୍ଗିର,୧୬ା୫:ବଲାଙ୍ଗିରର ପ୍ରତିଷ୍ଠିତ ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆସିଛି। ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତିତାଙ୍କ ପତ୍ନୀ ଅଦ୍ରିଜା ସିଂ।ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ।ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଅର୍କେଶ ତାଙ୍କୁ ଯୌତୁକ ପାଇଁ ମାରପିଟ୍‌ କରିବା ସହ ଏକଦା ସୁପାରୀ ଦେଇ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ।। ଏନେଇ ମଧ୍ୟ ଡେରାଡୁନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଅନ୍ୟପକ୍ଷରେ ଅଦ୍ରିଜାଙ୍କ ଏଭଳି ଅଭିଯୋଗ ନେଇ ଅର୍କେଶ ସିଂହ ଦେଓ କିମ୍ବା ତାଙ୍କ ପରିବାର ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ଅଦ୍ରିଜା ଶ୍ୱଶୁର ଘରେ ରହୁନାହାନ୍ତି। ସେ ତାଙ୍କ ପିତାଙ୍କ ଘର ଉତ୍ତରାଖଣ୍ଡରେ ରହୁଛନ୍ତି। ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ।ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କ ନାତୁଣୀ ଆଦ୍ରିଜା ମଞ୍ଜରୀ ସିଂଦେଓ ଗୁରୁତର ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କିତ ଏକ ନ୍ୟୁଜ୍‌ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡେରାଡୁନ୍‌ଠାରେ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ତାଙ୍କ ନିର୍ଯାତନା ସମ୍ପର୍କରେ ଆଦ୍ରିଜା ଅଭିଯୋଗ କରିଥିବା ଭାଇରାଲ ନ୍ୟୁଜ୍‌ କ୍ଲିପ୍‌ରେ ସୂଚନା ଦିଆଯାଇଛି। ୧.୨୧ ମିନିଟର ନ୍ୟୁଜ୍‌ କ୍ଳିପ୍‌ରେ ୨୦୧୭ ମସିହାରେ ଅର୍କେଶ ଓ ଆଦ୍ରିଜାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଇଥିବା ଏବଂ ଏ ସମ୍ପର୍କରେ ପୋଲିସକୁ ସୁରକ୍ଷା ପାଇଁ ଆଦ୍ରିଜା ଲିଖିତଭାବେ ଜଣାଇଥିବା କୁହାଯାଇଛି। ସୁରକ୍ଷା ପାଇଁ ଜଣାଇବା ପରେ ମଧ୍ୟ ପୋଲିସ ସହାୟତା ନ ମିଳିବାରୁ ଆଦ୍ରିଜା ଉତ୍ତରାଖଣ୍ଡ ଡିଜିପିଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି। ଅଭିଯୋଗ ପରେ ଡିଜିପି ଘଟଣା ସମ୍ପର୍କରେ ସମ୍ପୃକ୍ତ ଥାନାକୁ ଜଣାଇ ଆଦ୍ରିଜାଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ନ୍ୟୁଜ୍‌ କ୍ଳିପ୍‌ରେ କୁହାଯାଇଛି। ସ୍ବାମୀଙ୍କ ସମ୍ମୁଖରେ ଷ୍ଟାଫ୍‌ ମେମ୍ବର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଆଦ୍ରିଜା ଭାଇରାଲ ଭିଡିଓରେ କହୁଥିବା ଦେଖାଯାଇଛି।

Leave A Reply

Your email address will not be published.