Jai Odisha
News

ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଗିରଫ

ଭୁବନେଶ୍ୱର,୨୩।୧୨: ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ  ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ । ମନିଲଣ୍ଡିରଂ ମାମଲାରେ ପ୍ରମାଣ ମିଳିବା ପରେ ଇଡି ଜଗବନ୍ଧୁକୁ ଗିରଫ କରିଛି । ବେଆଇନ୍‌ ଅର୍ଥ କାରବାର ମାମଲାର ପ୍ରମାଣ ପାଇବା ପରେ ଇଡି ଶୁକ୍ରବାର ଜଗବନ୍ଧୁଙ୍କୁ ଗିରଫ କରିଛି। ତେବେ ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।ଏଥିସହିତ ପୁଣି ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରବ ଇଡି । ତେବେ ଜଗବନ୍ଧୁ ଗିରଫ ପରେ ଅର୍ଚ୍ଚନା ନାଗର ଅଡୁଆ ବଢିବାରେ ଲାଗିଛି । ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନା ଏବଂ ତାର ସହେଯାଗୀ ଖଗେଶ୍ୱରକୁ ଗିରଫ କରିଥିଲା ଇଡି । ତେବେ ଏହି ମାମଲାରେ ଇଡି ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିପାରେ ବୋଲି ଆଶା କରାଯାଉଛି । ।  ଏହି ମାମଲାରେ ବର୍ତ୍ତମାନ ଜଗବନ୍ଧୁର ଗିରଫ ଅର୍ଚ୍ଚନା ନାଗ ମାମଲା ଅନେକ ଘଟଣା ରହସ୍ୟ ଖୋଲିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଆଗକୁ ଏହି ମାମଲାରେ ଇଡି କେଉଁ ଗୁରମର ଖୁଲାସା କରିବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.