Jai Odisha
News

ଅର୍ଚ୍ଚନା ନାଗ ମାମଲା: ବହୁ ପ୍ରଭାବଶାଳୀ ଲେକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ

ଭୁବନେଶ୍ୱର, ୨୦/୧୧: ଆଜି ୧୦ ଦିନିଆ ରିମାଣ୍ଡ ସରିବା ପରେ କୋର୍ଟରେ ଖଗେଶ୍ବରକୁ ହାଜର କରି ଆଉ ୫ ଦିନ ରିମାଣ୍ଡ ପାଇଁ ଆବେଦନ କଲା ଇଡି । ଖଗେଶ୍ବରଙ୍କ ପରେ ପଡ଼ିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପାଳି । ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଆବେଦନ କରିପାରେ ଇଡି । ଅର୍ଚ୍ଚନା ନାଗ ମାମାଲାରେ ଇଡି ନୋଟିସ କରିଛି । ଏହି ମାମଲାରେ ବହୁତ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ରହିଥିବା ବିଜେପି କହିଛି ।  ଅନେକ ବଡ ବଡ ନେତା  ଓ ଆଇଏଏସ, ଆଇପିଏସ ଅଫିସର ଅର୍ଚ୍ଚନାର ନାଗ ଫାସରେ ଫଶିଛନ୍ତି । ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ସମସ୍ତଙ୍କ ନାଁ ଜାଣିଛି କିନ୍ତୁ କହିବିନି । ଇଡି ତଦନ୍ତରେ ସବୁ କିଛି ଧାରା ପଡିଯିବ ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଚିଟଫଣ୍ତ ଭଳି ତଦନ୍ତ ନହେଉ ଇଡି ସଠିକ ଭାବେ ତଦନ୍ତ କରୁ । ଏଥିରେ ଅନେକ ବଡ ବଡିଆଙ୍କ ସମ୍ପୃକ୍ତି ରହିଛି । ଏହା ରାଜ୍ୟର ସବୁଠୁ ବଡ ସମ୍ବେଦନଶୀଳ ପ୍ରସଙ୍ଗ। ବିଧାନସଭାରେ ଏଭଳି ସେକ୍ସ ସ୍କଣ୍ତାଲ ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ନରସିଂହ ମିଶ୍ର କହିଛନ୍ତି। ଏପଟେ  ବିଜେଡି କହିଛି ଯାହାକୁ ନୋଟିସ ହେବା କଥା ହେଉ ଏଥିରେ କିଛି ଅସୁବିଧା ନାହିଁ। ଯିଏ ଦୋଷ କରିଥିବା ଦଣ୍ତ ପାଇବ। ଅନ୍ୟପଟେ ଅର୍ଚ୍ଚନା-ଜଗବନ୍ଧୁ ବ୍ୟାଙ୍କ୍‌ କାରବାର ପେଡି ଖୋଲୁଛି ଇଡି । ଉଭୟଙ୍କ ଆକାଉଣ୍ଟରେ ଜମା ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା । ଇଡି ସ୍କାନରରେ ୧୫ ବ୍ୟକ୍ତି ରହିଛନ୍ତି । ଚାନ୍ଦ ଦମ୍ପତିଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନର ଖୋଳତାଳ କରିବା ଭିତରେ ଅଢେଇ କୋଟିରୁ ଅଧିକ ଟଙ୍କା ଏମାନଙ୍କ ପାଖକୁ ବାହାର ସୋର୍ସରୁ ଆସିଥିବା ଜାଣିବାକୁ ପାଇଛି ଇଡି । କେଉଁ କେଉଁ ଆକାଉଣ୍ଟରୁ କିଏ ଓ଼ କାହିଁକି ଏ ଟଙ୍କା ଡିପୋଜିଟ କରିଛି ତାହାର ତଥ୍ୟ ଜାଣିବା ପାଇଁ ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ବିଭାଗ ।

 

Leave A Reply

Your email address will not be published.