Jai Odisha
News

ଅଲାରନାଥଙ୍କ ଅନବସରର ଶେଷ ଦର୍ଶନ,ଆସନ୍ତାକାଲି ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ବ୍ରହ୍ମଗିରି, ୨୮/୦୬ : ଆଜି ବ୍ରହ୍ମଗିରି ଅଲାରନାଥ ପୀଠରେ ଶ୍ରୀ ଅଲାରନାଥଙ୍କ ଅନବସରର ଶେଷ ଦର୍ଶନ। ୧୪ ଦିନ ଧରି ଚାଲିଥିବା ଅନବସର ଯାତ୍ରାର ଆଜି ଅନ୍ତିମ ଦିବସ। ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି। ୧୪ ଦିନ ଧରି ଚାଲିଥିବା ଅଣସର ଯାତ୍ରାର ଆଜି ଅନ୍ତିମ ଦିବସ । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି । ୧୪ ଦିନ ପରେ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଲୀଳାରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଥିଲା ଦ୍ୱିତୀୟ ଶ୍ରୀ କ୍ଷେତ୍ର । ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବ୍ରହ୍ମଗିରି ଅଲାରନାଥଙ୍କ ପୀଠ ପାଲଟିଥିଲା ହି ୧୪ ଦିନ ପାଇଁ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ନକରିବା ପାଇଁ ବ୍ରହ୍ମଗିରିରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣ ରୂପରେ ଦେଉଥିଲେ ଦର୍ଶନ। ନାରାୟଣଙ୍କ ରୂପରେ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ ଜଗନ୍ନାଥ ପ୍ରେମୀ ଭକ୍ତ। ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ନିଜ ଜୀବନକୁ ଭାଗ୍ୟ ମଣିଛନ୍ତି ଶ୍ରଦ୍ଧାଳୁ।ଏକ ଆଧ୍ୟାତ୍ମିକ ପରିବେଶ ।ସେବାୟତ ନିଯୋଗ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହିତ ଭକ୍ତ ଠାକୁରଙ୍କୁ ଦର୍ଶନ କରିଥିଲେ । ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଜି ଶେଷ ଦିନରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ସ୍ନା

Leave A Reply

Your email address will not be published.