Jai Odisha
News

ଆଇପିଏଲ୍‌ ଖେଳାଳି ନିଲାମ ଆଜି

ନୂଆଦିଲ୍ଲୀ,୨୩ା୧୨:   ଆଜି କୋଚିରେ ଆଗାମୀ ଆଇପିଏଲ୍‌ ପାଇଁ ଖେଳାଳି ନିଲାମ କରାଯିବ। ଏଥିପାଇଁ ମୋଟ ୪୦୫ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା ବେଳେ ୮୭ ଖେଳାଳିଙ୍କୁ ୧୦ଟିଯାକ ଦଳ କିଣିବା ପାଇଁ  ଆବେଦନ ହେବେ। ପୁଣି ୮୭ ଖେଳାଳିଙ୍କ ମଧ୍ୟରୁ ୩୦ ବିଦେଶୀ ଖେଳାଳି ମଧ୍ୟ କିଣା ହେବେ। ଏହି ନିଲାମରେ ମୁଖ୍ୟତଃ ବିଦେଶୀ ଖେଳାଳି ଭାବେ ଇଂଲଣ୍ଡ ଟେଷ୍ଟ୍‌ ଅଧିନାୟକ ବେନ୍‌ ଷ୍ଟୋକ୍ସ, ଅଲ୍‌ରାଉଣ୍ଡର ସାମ୍‌ କରନ, ହାରି ବ୍ରୁକ୍‌, ନ୍ୟୁଜିଲାଣ୍ଡ୍‌ ଅଧିନାୟକ ଏବଂ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମରୁନ ଗ୍ରିନ୍‌ ନଜରରେ ରହିବେ। ସେହିଭଳି ଭାରତୀୟ ଭାବେ ମୟଙ୍କ ଅଗ୍ରୱାଲଙ୍କ ଉପରେ ସବୁ ଫ୍ରାଞ୍ଚାଇଜ୍‌ ନଜର ରଖିବେ। ଷ୍ଟୋକ୍ସ, କରନ୍‌ ଓ ୱିଲିୟମ୍‌ସନ୍‌ଙ୍କ ମୂଳ ଦର ୨ କୋଟି ଲେଖାଏଁ ରହିଥିଲା ବେଳେ ବ୍ରୁକ୍‌ଙ୍କ ମୂଳଦର ୧.୫ କୋଟି ରହିଛି। ଏହି ତାଲିକାରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏବଂ ଜିମ୍ବାୱେ ଅଲ୍‌ରାଉଣ୍ଡର ସିକନ୍ଦର ରାଜା ମଧ୍ୟ ଚର୍ଚ୍ଚାରେ ରହିବେ। ଅନ୍ୟପକ୍ଷରେ ମୟଙ୍କ ଅଗ୍ରୱାଲଙ୍କ ମୂଳଦର ୧ କୋଟି ରହିଛି।ମାର୍ଚ୍ଚ ମାସ ସୁଦ୍ଧା ଟି୨୦ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ।

Leave A Reply

Your email address will not be published.