Jai Odisha
News

ଆଇପିଏଲ: ସାମ୍‌ କରନ ସବୁଠୁ ଦାମୀ ଖେଳାଳି

ନୂଆଦିଲ୍ଲୀ,୨୪।୧୨:   ସାମ କରନ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୬ତମ ସଂସ୍କରଣ ଲାଗି ଶୁକ୍ରବାର ମିନି ଖେଳାଳି ନିଲାମ କୋଚିଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିନି ଖେଳାଳି ନିଲାମରେ ବିଦେଶୀ ଖେଳାଳିଙ୍କୁ କିଣିବା ଲାଗି ଫ୍ରାଞ୍ଚାଇଜ୍‌ ଗୁଡ଼ିକ ଦେଖିବାକୁ ମିଳିଥିଲା। ଇଂଲଣ୍ଡର ଅଲରାଉଣ୍ଡର ସାମ କରନ୍‌, ବେନ୍‌ ଷ୍ଟୋକ୍‌ସ ଓ ଅଷ୍ଟ୍ରେଲିଆର କାମେରୁନ ଗ୍ରୀନ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ। ୩ ଖେଳାଳିଙ୍କୁ କିଣିବା ଲାଗି ଫ୍ରାଞ୍ଚାଇଜ୍‌ମାନେ ୫୨ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି।  ସାମ କରନ ଆଇପିଏଲ ଇତିହାସରେ ସବୁଠାରୁ ଦାମି ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ପଞ୍ଜାବ କିଙ୍ଗ୍‌ସ କରନଙ୍କୁ ୧୮ କୋଟି ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। କରନଙ୍କ ମୂଳ ମୂଲ୍ୟ ଦୁଇ କୋଟି ଟଙ୍କା ରହିଥିଲା। ତାଙ୍କୁ କିଣିବା ଲାଗି ପଞ୍ଜାବ କିଙ୍ଗସ ଓ ଚେନ୍ନଇ ସୁପରକିଙ୍ଗସ ମଧ୍ୟରେ ଟକ୍କର ଲାଗିଥିଲା। ଶେଷରେ ପଞ୍ଜାବ କିଣିବାରେ ସଫଳ ହୋଇଥିଲା। କରନ ଏପର୍ଯ୍ୟନ୍ତ ଆଇପିଏଲରେ ୩୨ଟି ମ୍ୟାଚ ଖେଳି ୨୨.୪୭ ପ୍ରତିଶତ ହାରରେ ୨୩ଟି ଇନିଂସରୁ ୩୩୭ରନ କରିଛନ୍ତି। ଏହାଛଡ଼ା ୩୨ଟି ୱିକେଟ ନେଇଛନ୍ତି। ଏପର୍ଯ୍ୟନ୍ତ ଆଇପିଏଲରେ ଏତେ ଟଙ୍କାରେ କୌଣସି ଫ୍ରାଞ୍ଚାଇଜ୍‌ ଭାରତୀୟ କିମ୍ବା ବିଦେଶୀ ଖେଳାଳିଙ୍କୁ କିଣି ନଥିଲେ। ଆହତ ସମସ୍ୟା ଲାଗି ଗତ ସିଜିନରେ କରନ୍‌ ଆଇପିଏଲ ଖେଳିନଥିଲେ। ୨୦୨୧ରେ ରାଜସ୍ଥାନ ରୟାଲ୍‌ସ ଦକ୍ଷିଣ ଆଫ୍ରିକ​‌ାର ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିଲେ। ଯାହା ଆଇପିଏଲ ଇତିହାସରେ ସର୍ବାଧିକ ଦାମି ଖେଳାଳି ରହିଥିଲେ। ମୁମ୍ବଇ ଇଣ୍ଡିଆନ୍‌ସ ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କୁ ୧୭ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି। ଯାହା ଦ୍ବିତୀୟ ସର୍ବାଧିକ ଦାମି ଖେଳାଳି ରହିଛନ୍ତି। ୨୦୨୨ ଟି୨୦ ବିଶ୍ବକପର ହିରୋ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍‌ସଙ୍କୁ ଚେନ୍ନଇ ସୁପରକିଙ୍ଗସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ଷ୍ଟୋକସଙ୍କୁ କିଣିବା ଲାଗି କଲକାତା ନାଇଟ୍‌ ରାଇଡର୍ସ ଉଦ୍ୟମ କରି ବିଫଳ ହୋଇଥିଲା। । ୱେଷ୍ଟଇଣ୍ଡିଜର ନିକୋଲାସ ପୁରନଙ୍କୁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ଗତ ସିଜିନରେ ପୁରନ ସନରାଇଜର୍ସ ହାଇଦରାବାଦରେ ଥିଲେ। ସେହିପରି ଇଂଲଣ୍ଡର ଯୁବ ବ୍ୟାଟ୍‌ସମ୍ୟାନ ହ୍ୟାରୀ ବ୍ରୁକ୍‌ଙ୍କୁ ସନରାଇଜର୍ସ ହାଇଦରାବାଦ୍‌ ୧୩କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ବ୍ରୁକ୍‌ଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା। ପୂର୍ବତନ ସନରାଇଜର୍ସ ହାଇଦରାବାଦ୍‌ ଅଧିନାୟକ କେନ୍‌ ୱିଲିୟମସନଙ୍କୁ ଗୁଜରାଟ ଟାଇଟନ୍‌ସ ୨ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍‌ସମ୍ୟାନ ଅନରିଚ କ୍ଲାସେନଙ୍କୁ ସନରାଇଜର୍ସ ହାଇଦରାବାଦ୍‌ ୫ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ ଜୋ ରୁଟ୍‌ଙ୍କୁ ରାଜସ୍ଥାନ ରୟାଲ୍‌ସ ୧ କୋଟି, ବାଂଲାଦେଶ ଅଲରାଉଣ୍ଡର ସାକିବ୍‌ ଅଲ୍‌ ହାସନଙ୍କୁ କଲକାତା ନାଇଟ୍‌ ରାଇଡର୍ସ ୧କୋଟି ୫୦ ଲକ୍ଷ, ୱେଷ୍ଟଇଣ୍ଡିଜର ଆକେଲ ହୋସେନଙ୍କୁ ସନରାଇଜର୍ସ ହାଇଦରାବାଦ୍‌ ୧ କୋଟି ,ଅଷ୍ଟ୍ରେଲିଆର ଆଡାମ ଜାମ୍ପାକୁ ରାଜସ୍ଥାନ ରୟାଲ୍‌ସ ୧ କୋଟି ୫୦ ଲକ୍ଷ, ଗତ ସଂସ୍କରଣରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ପାଇଁ ଖେଳିଥିବା ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଜାସନ ହୋଲଡରଙ୍କୁ ରାଜସ୍ଥାନ ରୟାଲ୍‌ସ ୫ କୋଟି୭୫ ଲକ୍ଷ ଟଙ୍କାରେ,ଜିମ୍ବାୱେର ସିକନ୍ଦର ରାଜାଙ୍କୁ ପଞ୍ଜାବ କିଙ୍ଗ୍‌ସ ଓ ୱେଷ୍ଟଇଣ୍ଡିଜ୍‌ର ଓଡେନ ସ୍ମିଥ୍‌ଙ୍କୁ ଗୁଜରାଟ ଟାଇଟନ୍‌ସ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ରିଲି ରୋସେଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କ୍ରୟ କରିନାହାନ୍ତି। ଭାରତୀୟ ବ୍ୟାଟ୍‌ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କୁ ସନରାଇଜର୍ସ ହାଇଦରାବାଦ ୮ ​‌େ​‌କାଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ମୟଙ୍କଙ୍କୁ ପଞ୍ଜାବ କିଙ୍ଗ୍‌ସ ଛାଡିଥିବାବେଳେ ମୂଳ ମୂଲ୍ୟ ୧ କୋଟି ଟଙ୍କା ରହିଥିଲା। ଭାରତୀୟଙ୍କ ମଧ୍ୟରେ ଦ୍ରୁତ ବୋଲର ଶିଭମ ମାଭିଙ୍କୁ ଗୁଜରାଟ ଟାଇଟାନ୍‌ସ ୬ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ମାଭିଙ୍କୁ ମୂଳ ମୂଲ୍ୟ ୪୦ ଲକ୍ଷ ଟଙ୍କା ରହିଥିଲା। ଜମ୍ମୁ କଶ୍ମୀରର ୨୩ ବର୍ଷୀୟ ବ୍ୟାଟ୍‌ସମ୍ୟାନ ବିଭ୍ରାନ୍ତ ଶର୍ମାଙ୍କୁ ସନରାଇଜର୍ସ ହାଇଦରାବାଦ୍‌ ୨ କୋଟି ୬୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଓ ଇଶାନ୍ତ ଶର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ଅଜିଙ୍କ୍ୟ ରାହାଣେଙ୍କୁ ପଞ୍ଜାବ କିଙ୍ଗ୍‌ସ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି।

 

Leave A Reply

Your email address will not be published.