Jai Odisha
News

ଆଉ ୬ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର,୧୬/୩:ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି। ଏହି ୬ ସରକାରୀ ଅଧିକାରୀ ହେଲେ- ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି ସାମଲ,କରୁଣାକର ଘଡ଼ାଇ।  ଏହାସହ ପୋଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକ, ନୂଆପଡ଼ା ACSO ରତ୍ନାକର ସେଠୀ, ଅନୁଗୁଳର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥ ମିଶ୍ରଙ୍କୁ ନିକଟରେ ଭିଜିଲାନ୍ସ ଗିରଫ କରିଥିଲା।ଭିଜିଲାନ୍ସ ରେଡ୍‌ ବେଳେ ତ୍ରିନାଥ ମିଶ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା।

Leave A Reply

Your email address will not be published.