Jai Odisha
News

ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ପୁଞ୍ଜିନିବେଶ କରିବ: ମୁକେଶ ଅମ୍ବାନୀ

ଭୁବନେଶ୍ବର,୨୭ା୨ : ବିଶିଷ୍ଟ ଶିଳ୍ପପତି ତଥା ରିଲାୟନ୍ସ ଗ୍ରୁପର ମୁଖ୍ୟ ତଥା ରିଲାୟନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି।ଏହି ଅବସରରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା ହୋଇଥିଲା। ଆଲୋଚନାରେ ଓଡିଶାରେ ମୁକେଶ ଅମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।ଓଡ଼ିଶା ପୁଞ୍ଜିନିବେଶର ଉପଯୁକ୍ତ ସ୍ଥାନ ଏବଂ ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବ ବୋଲି ରିଲାୟନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ପ୍ରକାଶ କରିଛନ୍ତି।  ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଓଡ଼ିଶାରେ ରିଲାଏନ୍ସର ନିବେଶ ଯୋଜନା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ପୁଞ୍ଜିନିବେଶ ପାଇଁ ଓଡ଼ିଶାରେ ଥିବା ସୁଯୋଗ ଜଣାଇଛନ୍ତି ନବୀନ ପଟ୍ଟନାୟକ । ମୁକେଶ ଅମ୍ବାନୀଙ୍କୁ ହକି ବିଶ୍ବକପର ଜର୍ସି ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉଦ୍ୟୋଗପତି ଅନନ୍ତ ଗୋଏଙ୍କା ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁମ୍ବାଇରେ ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଆୟୋଜିତ ପୁରସ୍କାର ସମାରୋହରେ ଯୋଗ ଦେବାକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.