Jai Odisha
News

ଆଗାମୀ ଦେଢ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରୀ : କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୪।୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ନିର୍ଦେଶ ଦେଇଛନ୍ତି ଯେ, ଆଗାମୀ ଦେଢ ବର୍ଷରେ ୧୦ ଲକ୍ଷ ସରକାରୀ ଚାକିରୀ ଦିଆଯିବ। ଏହି ଘୋଷଣା ଏଭଳି ସମୟରେ ହୋଇଛି, ଯେତେବେଳେ ବିରୋଧୀ ଦଳ ଲଗାତାର ଦେଶରେ ବେରୋଜଗାର ଓ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗ ଉଶଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିବା ପରେ ନିର୍ଦେଶ ଦେଇଛନ୍ତି ଯେ, ସରକାର ଆଗାମୀ ୧.୫ ବର୍ଷରେ ମିସନ୍ ମୋଡ୍‌ରେ ୧୦ ଲକ୍ଷ କର୍ମୀଙ୍କୁ ଭର୍ତ୍ତି କରିବେ।’କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକର PMO ତରଫରୁ ଚାକିରି ଘୋଷଣା ଉପରେ ଟ୍ୱିଟ୍ କରି ଏହାକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି ସମୟ ସହିତ ସରକାରଙ୍କୁ   ଅଧିକ ଦାୟିତ୍ବବାନ୍ କରିଛନ୍ତି ଓ ସରକାରଙ୍କ ଧ୍ୟାନ ଏବେ ଲୋକଙ୍କ ଉପରେ କେନ୍ଦ୍ରୀତ ହୋଇ ରହିଛି।

Leave A Reply

Your email address will not be published.