Jai Odisha
News

ଆଜିଠାରୁ ଆରମ୍ଭ ହେଉଛି ଆଇଏଏସ ସମ୍ମିଳନୀ

ଭୁବନେଶ୍ୱର,୧୪ା୨: ଆଜିଠାରୁ ଆରମ୍ଭ ହେଉଛି ଆଇଏଏସ ସମ୍ମିଳନୀ।   ରାଜ୍ୟର ବରିଷ୍ଠ ଅଧିକାରୀଙ୍କର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ସମ୍ମିଳନୀ। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ ନେଇ ସ୍ଥିର ହୋଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିଗତ ଦୁଇ ବର୍ଷ ହେବ ଏହା ଆୟୋଜିତ ହୋଇପାରୁ ନଥିଲା।ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଓ ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେବେ

Leave A Reply

Your email address will not be published.