Jai Odisha
News

ଆଜିଠାରୁ ଚଣ୍ଡିଗଡ଼ରେ ଖୋଲିଲା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ ,୦୧/୦୨: ଆଜିଠାରୁ ଚଣ୍ଡିଗଡ଼ରେ ଖୋଲିଲା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ|ଚଣ୍ଡିଗଡ଼ରେ ଆଜିଠାରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ କୋଚିଂ ସେଣ୍ଟର ଗୁଡ଼ିକ ଖୋଲିଛି ।ନୂଆ ଗାଇଡଲାଇନ୍ ଅନୁସାରେ ୫୦ ପ୍ରତିଶତ କ୍ଷମତାରେ ସମସ୍ତ ସର୍ବସାଧାରଣ ପାଠାଗାର ଖୋଲାଯିବ । ପାଠାଗାରରେ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ସେହିପରି କୋଚିଂ ସେଣ୍ଟର ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିପାରିବ । କିନ୍ତୁ କୋଚିଂ ସେଣ୍ଟରରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଟିକା ନେଇଥିବା ଦରକାର । ଯେଉଁ ସଂସ୍ଥାରେ କୋଭିଡ ନିୟମ ପାଳନ କରାଯାଉଛି, ସେହି ସଂସ୍ଥାକୁ ଖୋଲିବାକୁ ଅନୁମତି ମିଳିବ ।  ଏଥି ସହିତ ସର୍ବସାଧାରଣ ପାଠାଗାରରେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ପ୍ରବେଶ କରିପାରିବେ ।  ଚଣ୍ଡିଗଡ଼ ପ୍ରଶାସନ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ୧୮ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କେରାନା ଟିକାର ଉଭୟ ଡୋଜ ନେଇ ସୁନିଶ୍ଚିତ କରନ୍ତୁ । ୧୫ରୁ ୧୮ ବର୍ଷ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଦେଶରେ ଟିକାକରଣ ଜାରି ଥିବା ବେଳେ ଯେଉଁମାନେ ପ୍ରଥମ ଡୋଜ ନେଇଛନ୍ତି, ସେମାନେ ମହାବିଦ୍ୟାଳୟକୁ ଯାଇପାରିବେ ।

Leave A Reply

Your email address will not be published.