Jai Odisha
News

ଆଜିଠାରୁ ମହଙ୍ଗା ହେଲା ଅମୁଲ କ୍ଷୀର

ନୂଆଦିଲ୍ଲୀ,୩।୨: ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ ଅମୁଲ  ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଏକ ବିଜ୍ଞପ୍ତି ଜାରି କରି ଅମୁଲ କହିଛି, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅମୁଲ୍ ପାଉଚ୍ କ୍ଷୀରର ମୂଲ୍ୟ (ସମସ୍ତ ଭାରିଆଣ୍ଟସ୍‌) ରେ ସଂଶୋଧିତ ହୋଇଛି। ୩ ଫେବୃଆରୀ ସକାଳରୁ ଏହି ମୂଲ୍ୟ ଲାଗୁ ହେବ ବୋଲି କମ୍ପାନୀ କହିଛି।ଗତ ୧୦ ମାସ ମଧ୍ୟରେ କ୍ଷୀର ମୂଲ୍ୟରେ ୧୨ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାପୂର୍ବରୁ ପ୍ରାୟ ସାତ ବର୍ଷ ପର୍ଯ୍ୟନ୍ତ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇନଥିଲା । ଏପ୍ରିଲ୍ ୨୦୧୩ ରୁ ମେ ୨୦୧୪ ମଧ୍ୟରେ ଦୁଗ୍ଧର ମୂଲ୍ୟ ଲିଟର ପିଛା ୮ ବୃଦ୍ଧି ପାଇଛି ।  ତେବେ ବର୍ତ୍ତମାନ ବଢିଥିବା ଦର ଅନୁଯାୟୀ ଫେବୃଆରୀ ୨ ତାରିଖରୁ କ୍ଷୀରର ମୂଲ୍ୟ ଲିଟର ପିଛା ୩ ବୃଦ୍ଧି ପାଇଛି । ସେହିପରି ଅମୁଲ ତାଜା ଅଧା ଲିଟର କ୍ଷୀର ୨୭ ଟଙ୍କାରେ ଉପଲବ୍ଧ ହେବ। ଏହାର ୧ ଲିଟର ପ୍ୟାକେଟ୍ ପାଇଁ ୫୪ ଟଙ୍କା ଦେବାକୁ ପଡିବ। ଅମୁଲ ଗୋଲ୍ଡର ଏକ ଅଧା ଲିଟର ପ୍ୟାକେଟ୍ ବର୍ତ୍ତମାନ ୩୩ ଟଙ୍କାରେ ଉପଲବ୍ଧ ହେବ। ଯେତେବେଳେ କି ଏହାର ୧ ଲିଟର ପାଇଁ ୬୬ ଟଙ୍କା ଦେବାକୁ ପଡିବ।

Leave A Reply

Your email address will not be published.