Jai Odisha
News

ଆଜିଠାରୁ ୩୦ଟି ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

କଟକ ୧୭/୦୯: ଆଜିଠାରୁ ୩୦ଟି ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ |ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଳିତ ଏହାକୁ ଉଦଘାଟନ କରିଛନ୍ତି । ସମସ୍ତ ଜିଲ୍ଲା କୋର୍ଟକୁ ପେପରଲେସ କରିବାକୁ ଇ-ଫାଇଲିଂ ଓ ଇ-ଡକ୍ୟୁମେଣ୍ଟ ଦାଖଲ ପାଇଁ ହାଇକୋର୍ଟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ଜିଲ୍ଲାସ୍ତରୀୟ ଆଇନ୍ ଅଦାଲତ ଗୁଡିକରେ ଆଜିଠାରୁ ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା । ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏହି ପେପର ଲେସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ପରିସରରେ ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହା ଜରିଆରେ ରାଜ୍ୟର ୩୦ ଜିଲ୍ଲାରେ ଚାଲିବ ପେପର ଲେସ୍ କୋର୍ଟ । ସମସ୍ତ ଜିଲ୍ଲା କୋର୍ଟରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଏହି ବ୍ୟବସ୍ଥା ।

Leave A Reply

Your email address will not be published.