Jai Odisha
News

ଆଜିଠୁ ଆରମ୍ଭ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’

ଢେଙ୍କାନାଳ,୦୩/୧୧:  ଆଜିଠୁ ଆରମ୍ଭ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ । ଢେଙ୍କାନାଳ, ଅନୁଗୁଳ ଓ ତାଳଚେରରେ ଅନୁଷ୍ଠିତ ହେବ ମ୍ୟାଚ୍ । ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ‘ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ହେଉଛି ଟୁର୍ଣ୍ଣାମେଣ୍ଟ । ଆଜିଠାରୁ  ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍ । ପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୮ଟି ଟିମ୍ ଅଂଶଗ୍ରହଣ କରିବେ । ଆଜି ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ସହ ଦୁଇଟି ମ୍ୟାଚ ଖେଳାଯିବ ।ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଷ୍ଟାଡିୟମ୍‌ଠାରେ ବାଜିରାଉତ କପ୍‌ ଜାତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବେ । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ଭବ୍ୟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏହାପରେ ଘରୋଇ ଓଡ଼ିଶା ଏବଂ ମୁମ୍ବାଇ କେନକ୍ରେ ଏଫ୍‌ସି ମଧ୍ୟରେ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ ।  ଉଦ୍‌ଘାଟନୀରେ ରଙ୍ଗାରଙ୍ଗ ସାଂସ୍କୃତିକ  କାର୍ଯ୍ୟକ୍ରମ  ସହ ଆତସବାଜିର  ବ୍ୟବସ୍ଥା ରହିଛି। ଉତ୍ସବରେ  ଅନ୍ୟତମ ଆକର୍ଷଣ  ସାଜିବେ ଓଡିଆ ସିନେ ଦମ୍ପତ୍ତି  ସବ୍ୟସାଚୀ ମିଶ୍ର  ଓ ଅର୍ଚ୍ଚିତା ସାହୁ।

Leave A Reply

Your email address will not be published.