Jai Odisha
News

ଆଜିଠୁ ଆରମ୍ଭ ହେବ ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ 2022

ନୂଆଦିଲ୍ଲୀ,୧୬/୧୧ :ଆଜିଠୁ ଆରମ୍ଭ ହେବ ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ 2022 । ଏହାର 25 ତମ ସଂସ୍କରଣକୁ ଭିସି ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଲୁରୁ ଟେକ୍ ସମ୍ମିଳନୀର ଚଳିତ ବର୍ଷର ଥିମ ରହିଛି  ‘ଟେକ୍ 4 ନେକ୍ସଜେନ୍’ । ଏହି ଅବସରରେ, ବେଙ୍ଗାଲୁରୁର 12 ରୁ ଅଧିକ ଷ୍ଟାର୍ଟ ଅପକୁ ‘ବେଙ୍ଗାଲୁରୁ ଇମ୍ପାକ୍ଟ’ ପୁରସ୍କାରରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।   ଏହି ପ୍ରଦର୍ଶନୀରେ ରୋବର୍ଟ ବୋସ୍, କିଣ୍ଡ୍ରିଲ୍, ସେଲ୍, ବିଲଡର୍ ଏଇ, ପେଟିଏମ୍, ଜୋହୋ, ମାଇକ୍ରୋନ୍, ACT, କ୍ୟାଶ୍ ଫ୍ରି, ରଜରପାଇ, ବାୟୋକନ୍, ଆକ୍ସେଣ୍ଟେର୍, ଆରିଜିନ୍, ଇଣ୍ଟେଲ ଏବଂ ଫିନିସିଆ ପରି ITE ଏବଂ ବାୟୋଟେକ୍ ମେଜର୍ସ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.