Jai Odisha
News

ଆଜିଠୁ ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବ ଜି -୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ ୧୪/୧୧ :  ଆଜିଠୁ ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବ ଜି -୨୦ ଶିଖର ସମ୍ମିଳନୀ । ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଣ୍ଡୋନେସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ବିଶ୍ବର ବରିଷ୍ଠ ନେତାମାନେ ମଧ୍ୟ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ୧୪ ରୁ ୧୬ ନଭେମ୍ୱର ପର୍ଯ୍ୟନ୍ତ ବାଲିରେ ରହିବେ । ୧୪ରୁ ୧୬ ଯାଏ ହେବ ଜି-୨୦ ଶିଖର ସମ୍ମିଳନୀ । ସମଗ୍ର ବିଶ୍ୱର ବଡ଼ ବଡ଼ ୨୦ ଟି ମନ୍ତ୍ରୀମଣ୍ଡଳ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେବା ସହିତ ୧୦ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ବୈଠକରେ ବହୁପକ୍ଷୀୟ ଓ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ବିସୃତ ଆଲୋଚନା କରିବେ ମୋଦି । ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ଓ ୟୁରୋପିୟ ସଙ୍ଘ ମଧ୍ୟ ଏଥିରେ ସାମିଲ ହେବେ । ଭାରତ ଇଣ୍ଡୋନେସିଆଠାରୁ ଜି -୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ । ଜି-୨୦ ହେଉଛି ବିଶ୍ବର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ଆନ୍ତଃସରକାରୀ ଫୋରମ୍। ଏଥିରେ ଆମେରିକା, ଜାପାନ, ଚୀନ୍, ଫ୍ରାନ୍ସ, ଜର୍ମାନ, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ମେକ୍ସିକୋ, ଋଷ, ୟୁରୋପୀୟ ୟୁନିଅନ୍ ଭଳି ଦେଶ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.