Jai Odisha
News

ଆଜିଠୁ ଏଲଇଡି ସ୍କ୍ରିନ ମାଧ୍ୟମରେ ଦର୍ଶନ ଦେବେ ବାବା ଧବଳେଶ୍ବର

କଟକ,୦୪/୧୧ :ଆଜିଠୁ ଏଲଇଡି ସ୍କ୍ରିନ ମାଧ୍ୟମରେ ଦର୍ଶନ ଦେବେ ବାବା ଧବଳେଶ୍ବର | ଆଜି ହେଉଛି ପ୍ରଥମ ପଞ୍ଚକ। ଆଜି ରାତି ୩ଟାରୁ ଧବଳେଶ୍ୱର ପୀଠରେ ପହୁଡ଼ ଖୋଲା ଯାଇଛି । ବାବାଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇ ଖେଚୁଡ଼ି ଭୋଗ ଲଗାଯାଇଥିଲା । ଏହା ପରେ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଥିଲା ।୧୪୪ ଧାରା ଲଗାଯାଇଥିବାରୁ ଏଲଇଡି ଟିଭି ମାଧ୍ୟମରେ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ, ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲଗାଯାଇଛି ।ମୁଖ୍ୟ ପ୍ରବେଶପଥ, ପାଇକରାପୁର ଛକରେ ଲାଗିବ ଏଲ୍‌ଇଡି । କାର୍ତ୍ତିକ ମାସର ପଞ୍ଚୁକ ପର୍ବ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ବାବା ଧବଳେଶ୍ବରଙ୍କ ପୀଠରେ ଭର୍ଚୁଆଲ୍ ଦର୍ଶନ ବ୍ୟବସ୍ଥା କରାଯାଇଛି । ପରଦା ମାଧ୍ୟମରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ବରଙ୍କ ବଡ଼ ସିଂହାର ବେଶ ଦର୍ଶନ କରିପାରିବେ।LED ପରଦା ଜରିଆରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରିପାରିବେ । ହେଲେ ସେଠି କୌଣସି ପ୍ରକାର ପୂଜାର୍ଚ୍ଚନା ହେବନି କି ଭୋଗ ଲାଗିବନି । ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ । ଗଜଭୋଗ ନିଜସ୍ୱ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ ।

 

Leave A Reply

Your email address will not be published.