Jai Odisha
News

ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ

ଭୁବନେଶ୍ବର ,୫।୧ : ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଭୁବନେଶ୍ୱରରୁ ଏହାକୁ ଲୋକାର୍ପଣ କରିଛନ୍ତି। ଓଡ଼ିଶାରେ 5G ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି। ଆଜି ରାଜଧାନୀରେ ସେବାର ଶୁଭାରମ୍ଭ କରିବେ  ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ରାଜ୍ୟବାସୀ ପାଇବେ ହାଇସ୍ପିଡ୍‌ ୫ଜି ଇଣ୍ଟରନେଟ ସେବା। ପ୍ରଥମେ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଉପଲବ୍ଧ ହେବାକୁ ଯାଉଛି । ରାଜ୍ୟରେ ଲାଗିଛି ପ୍ରାୟ ୫୧୦ଟି ଟାୱାର ଲାଗିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଟାୱାରରେ  5G ସେବାର ଶୁଭାରମ୍ଭ କରାଯିବ  । ୫ ଜି ସେବା ପାଇଁ ୨ ଟେଲିକମ ଅପରେଟର ଏୟାରଟେଲ ଓ ଜିଓକୁ ମିଳିଛି ଅନୁମତି । ପ୍ରଥମେ ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ସେବା ପାଇବେ ଉପଭୋକ୍ତା । ପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ ।ଏଥିପାଇଁ ୨ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ(Reliance Jio) ଏବଂ ଏୟାରଟେଲ୍‌(Airtel)କୁ ଅନୁମତି ମିଳିଛି।ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବାବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।  ଆଜି ଉଭୟ ଜିଓ ଏବଂ ଏୟାରଟେଲ୍‌ ପକ୍ଷରୁ ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରେ 5G ସେବା ଆରମ୍ଭ ହୋଇଛି। ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ 5G ଆରମ୍ଭ କରିବ। ଫାଇଭ୍-ଜି ସେବା ଯୋଗାଇଦେବାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧୦ଟି ବିଟିଏସ୍ ବା ବେସ୍ ଟ୍ରାନ୍ସିଭର୍ ଷ୍ଟେସନ ଲଗାଯାଇଛି।  କୁହାଯାଉଛି, 4G ତୁଳନାରେ ୧୦ ଗୁଣ ଅଧିକ ରହିବ 5G ଇଣ୍ଟରନେଟ ସ୍ପିଡ୍|ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ୧୦୦ଟି 4G ଟାଓ୍ୱାର୍‌ ମଧ୍ୟ ଲୋକାର୍ପଣ କରିବେ|

Leave A Reply

Your email address will not be published.