Jai Odisha
News

ଆଜିଠୁ ଖୋଲିବ ବାବା ଧବଳେଶ୍ବରଙ୍କ ପୀଠ

ଆଠଗଡ଼,୧୧ା୧: ଆଜିଠୁ ଧବଳେଶ୍ବରଙ୍କ ଦର୍ଶନ । ଖୋଲିବ ବାବା ଧବଳେଶ୍ବରଙ୍କ ପୀଠ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ମିଳିଛି । ମନ୍ଦିରକୁ ଯିବାକୁ ଅସ୍ଥାୟୀ ରାସ୍ତାର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଧବଳେଶ୍ୱର ପୀଠ ଖୋଲିଲା । ଝୁଲାପୋଲ ବଦଳରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଏହି ଅସ୍ଥାୟୀ ରାସ୍ତା, ଏଥିରେ ଭକ୍ତମାନେ ଯାଇ ଭଗବାନଙ୍କୁ ଦର୍ଶନ କରିପାରିବେ ।ମହାନଦୀ ଭିତରେ ନିର୍ମିତ ହୋଇଛି ଏକ ଅସ୍ଥାୟୀ ରାସ୍ତା । ନଭେମ୍ବର ୧ରୁ ଶ୍ରଦ୍ଧାଳୁଙ୍କୁ ପୀଠ ମଧ୍ୟକୁ ବାରଣ କରାଯାଇଥିଲା । ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ୧୪୪ ଧାରା ଲାଗିଥିଲା |ଏସବୁକୁ ଦୃଷ୍ଟିରେ ରଖି ଧବଳେଶ୍ୱର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି ସମେତ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା। ବର୍ତ୍ତମାନ ତାହା ଖୋଲାଯାଇଛି, ଏବେ ଭକ୍ତମାନେ ମନଖୁସିରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ।

Leave A Reply

Your email address will not be published.