Jai Odisha
News

ଆଜିଠୁ ପୌର ନିର୍ବାଚନ ନାମାଙ୍କନ

ଭୁବନେଶ୍ୱର,୦୨/୦୩:  ଆଜିଠୁ ପୌର ନିର୍ବାଚନ ନାମାଙ୍କନ  ଦାଖଲ ପ୍ରକ୍ରିୟା ଆରମ୍ଭ। ନାମାଙ୍କନ ପ୍ରକ୍ରିୟା ୨ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ୯ ତାରିଖରେ ପ୍ରାର୍ଥି ପତ୍ର ଯାଞ୍ଚ କରାଯିବ ଓ ସେହିଦିନ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ ତାରିଖରେ ଭୋଟଗ୍ରହଣ କରାଯାଇ ୨୬ ତାରିଖରେ ଫଳାଫଳ ପ୍ରକାଶିତ ହେବ । ଏହି ନିର୍ବାଚନ ପାଇଁ ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଟିକେଟ ପାଇବା ନିମନ୍ତେ ଲବି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟତଃ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ଲଢେଇ ହେବ । ରାଜ୍ୟର ୧୦୬ଟି ପୌର ସଂସ୍ଥା ଓ ୩ଟି ମହାନଗର ନିଗମ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ । ୧୦୬ଟି ପୌରାଞ୍ଚଳର ୧୭୩୧ଟି ୱାର୍ଡର କାଉନସିଲର ଓ ପୌରାଧ୍ୟକ୍ଷ ସହ ୩ଟି ମହାନଗର ନିଗମର ୧୮୯୯ଟି ୱାର୍ଡର କର୍ପୋରେଟର ପଦବୀ ଏବଂ ମେୟର ପାଇଁ ନାମାଙ୍କନ ଦାଖଲ  ଆରମ୍ଭ ହେବ ।   ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ । ଏଥର ଭୋଟର ପ୍ରତ୍ୟକ୍ଷ ଭାବରେ ମେୟର ଏବଂ ପୌରାଧ୍ୟକ୍ଷ ବାଛିବେ ।

 

Leave A Reply

Your email address will not be published.