Jai Odisha
News

ଆଜିଠୁ ଭୁବନେଶ୍ବରରୁ ସିଧା ଦୁବାଇ ଉଡିବ ବିମାନ

ଭୁବନେଶ୍ବର,୧୫ା୫ : ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୋମବାରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଉତ୍କଳ ଦିବସର ଏହି ବିମାନ ସେବା ପାଇଁ ଟିକଟ ବିକ୍ରିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ସୋମବାର ଉଦ୍‌ଘାଟନୀ ବିମାନରେ ରାଜ୍ୟ ସରକାରଙ୍କ ୭୦ଜଣିଆ ଦଳଙ୍କ ସହ ମୋଟ ୧୭୦ ଯାତ୍ରୀ ଦୁବାଇ ଯିବାର ନିଷ୍ପତ୍ତି ହୋଇଛି । ଏହି ବିମାନ ସେବା ଆରମ୍ଭ ହେବା ଦ୍ବାରା ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇପାରିବ। ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଉକ୍ତ ବିମାନ ସେବା ସହାୟକ ହୋଇପାରିବ।ଏଥିପାଇଁ ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା। ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି। ସପ୍ତାହକ ମଧ୍ୟରେ ୩ ଦିନ ଉଡାଣ କରିବ। ସୋମବାର,ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ।

Leave A Reply

Your email address will not be published.