Jai Odisha
News

ଆଜିଠୁ ରଥ ନିର୍ମାଣ ପାଇଁ ଅନୁକୂଳ ହେବ ରଥକାଠ

ଆଜିଠୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ । ଶ୍ରୀନଅର ସମ୍ମୁଖ ରଥଖଳାକୁ ରଥକାଠ ଆଗମନ ହେବ । ରାଜନଅର ପକ୍ଷରୁ ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନ କାର୍ଯ୍ୟ ସମ୍ପାଦନ କରିବେ । ୩ଟି ରଥ ପାଇଁ ୩ଟି ୧୨ ଫୁଟିଆ ଧଉରା କାଠରେ ଫୁଲମାଳ ଦେଇ ପୂଜା କରାଯିବ ।ଶୋତ୍ରୀୟ ବ୍ରାହ୍ମଣମାନେ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ ମା’ ସରସ୍ବତୀଙ୍କୁ ଆବାହନ କରିବେ । ଆଜି ଅର୍ଥାତ୍ ବୁଧବାର ଅପରାହ୍ନ ଏହା କାର୍ଯ୍ୟ ଅନୁଷ୍ଠିତ ହେବ । ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ୍‌ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ ।

ଗତବର୍ଷର ୫୩ ଖଣ୍ଡ କାଠ ବଳକା ରହିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥକାଠ ଆସିବା ନେଇ ସୂଚନା ରହିଛି । ତେବେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ବନଖଣ୍ଡ ନୟାଗଡ଼ ବନାଞ୍ଚଳ ଓ ଦଶପଲ୍ଲା ବନାଞ୍ଚଳରୁ ଅଣାଯାଇ ସାରିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ ।

Leave A Reply

Your email address will not be published.