Jai Odisha
News

ଆଜିଠୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ ,୩୧।୧ : ସଂସଦର ବଜେଟ୍‌ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଓ ଆର୍ଥିକ ବର୍ଷ ୨୦୨୩-୨୪ ର ସାଧାରଣ ବଜେଟ୍‌ ଉପରେ ଚର୍ଚ୍ଚା​‌ ହେବ। ବିରୋଧୀ ସରକାରଙ୍କୁ ଦରବୃଦ୍ଧି, ରୋଜଗାର, ଚୀନ୍‌ ସହ ସୀମା ବିବାଦ, ଅର୍ଥବ୍ୟବସ୍ଥା ସହ ଅନ୍ୟ ଘଟଣାକୁ ନେଇ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ମିଳିତ ସମ୍ବୋଧନ ପରେ ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଆସନ୍ତକାଲି ଗୃହରେ 2023-24 ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।  ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ଏବଂ ଲୋକସଭାର ମିଳିତ ବୈଠକକୁ ସମ୍ବୋଧିତ କରିବା ସହ ବଜେଟ ଅଧିବେଶନକୁ ଉଦଘାଟନ କରିବେ।ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈନିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଆସନ୍ତାକାଲି ଗୃହରେ 2023-24 ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯିବ। ଏନଡିଏ ସରକାରର ଦ୍ବିତୀୟ ପାଳିରେ ଏହା ହେବ ଶେଷ ବଜେଟ ଉପସ୍ଥାପନ। ଏହି ଅଧିବେଶନରେ ଅର୍ଥବିଲ୍ ସମେତ ମୋଟ 36ଟି ବିଲ ଆଗତ କରାଯିବ ବୋଲି ସୂଚନା ରହିଛି। ବଜେଟ୍‌ର ପ୍ରଥମ ପର୍ଯ୍ୟାୟ ୧୩ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ୍‌ ପର୍ଯ୍ୟନ୍ତ ଚାଲିବ। ବଜେଟ୍‌ ଅଧିବେଶନ ସମୟରେ ୨୭ କାର୍ଯ୍ୟ ଦିବସ ରହିଛି। କଂଗ୍ରେସ ନେତା ଚୀନ୍‌ ଉପରେ ଚର୍ଚ୍ଚା କରିବାକୁ ଚାହୁଥିବାବେଳେ, ତୃଣମୂଳ କଂଗ୍ରେସ, ବାମଦଳ, ଆରଏସପି ସହ ଅନ୍ୟ ବିରୋଧୀ ଦଳ ମହଙ୍ଗା ବୃଦ୍ଧି, ବେକାରୀ, ଅର୍ଥବ୍ୟବସ୍ଥା ସହ ଜଡ଼ିତ ପ୍ରସଙ୍ଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଆଦି ଉପରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ସଂସଦୀୟ ରାଜ୍ୟ ମନ୍ତ୍ରୀ ଅର୍ଜୁନ୍ ରାମ ମେଘୱାଲ କହିଛନ୍ତି; ବଜେଟ୍ ଅଧିବେଶନରେ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ତାଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ଏହାପରେ ସାଧାରଣ ବଜେଟ୍ ଉପସ୍ଥାପନ

Leave A Reply

Your email address will not be published.