Jai Odisha
News

ଆଜିଠୁ ସାଧାରଣ ଦର୍ଶନ ପାଇଁ ଖୋଲିଲା ଶ୍ରୀ ମନ୍ଦିର

ପୁରୀ, ୦୧।୦୨ : ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ ପାଇବେ ଭକ୍ତ। ଆଜିଠାରୁ ପୁରୀରେ ପ୍ରଭୁ ଜଗନ୍ନାଥ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି।ଦୀର୍ଘ ୨୨ ଦିନ ପରେ ପୁଣି ଭକ୍ତ-ଭଗବାନଙ୍କ ମିଳନ ହୋଇଛି ।  ଏଥିନେଇ ଶ୍ରୀମନ୍ଦିର ପକ୍ଷରୁ ଗାଇଡଲାଇନ  ଜାରି କରାଯାଇଛି । ଏହି ଗାଇଡ୍‌ଲାଇନ ଅନୁଯାୟୀ ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ । ପ୍ରତି ରବିବାର ସାନିଟାଇଜ୍‌ ପାଇଁ ଶ୍ରୀମନ୍ଦିରକୁ ବନ୍ଦ ରଖାଯିବ । ଶ୍ରଦ୍ଧାଳୁମାନେ ସାଙ୍ଗରେ ଆଧାର/ଭୋଟର କାର୍ଡ ସହ ଡବଲ୍‌ ଡୋଜ୍‌ ଟିକା ନେଇଥିବା ସାର୍ଟିଫିକେଟ ଆଣିବା ଜରୁରୀ । ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ମାନିବା ବାଧ୍ୟତାମୂଳକ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି । ବାହାରୁ ଆସୁଥିବା ଭକ୍ତ ମାନେ ସିଂହଦ୍ଵାର ଦେଇ ପ୍ରବେଶ ଓ ପୁରୀ ପୌରାଞ୍ଚଳ ବାସିନ୍ଦା ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିପାରିବେ।ଏଥିସହ ମନ୍ଦିର ପ୍ରଶାସନ ୧୮ ରୁ ୬୦ ବର୍ଷ ବୟସ ମଧ୍ୟରେ ସେବାୟତଙ୍କ ପାଇଁ ସତର୍କତା ଡୋଜ ଟୀକାକରଣ ପାଇଁ ଶିବିର ସ୍ଥାପନ କରିଛି।

 

Leave A Reply

Your email address will not be published.