Jai Odisha
News

ଆଜିିଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ

ରାୟଗଡା , ୨୮।୭:  ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ । ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ନିବେଦନ କରିଛନ୍ତି।ଯାହାକୁ ନେଇ ରାୟଗଡ଼ା ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ମାଓ ସଙ୍ଗଠନ । ପ୍ରତି ବର୍ଷ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୦୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାଆନ୍ତି ମାଓବାଦୀ ।ନକ୍ସଲ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୁଲିସଦ୍ୱାରା ନିର୍ଯାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ  ନକ୍ସଲ ସହିଦ ସପ୍ତାହ ରୁପେ ପାଳନ କରୁଛନ୍ତି। ମାଓ ସପ୍ତାହକୁ ନଜରରେ ରଖି ରାୟଗଡ଼ା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଅଞ୍ଚଳ ଓ ଚନ୍ଦ୍ରପୁର ଥାନା ଅଞ୍ଚଳରେ ସନ୍ଧାନୀ କୁକୁର ସହ କୁମ୍ବିଂ ଅପରେସନକୁ ଜୋରଦାର । ଏହାସହ ସମସ୍ତ ଯାନବାହନ ଯାଞ୍ଚ । ଜିଲ୍ଲାରେ ରାଜ୍ୟ ପରିବହନ ବିଭାଗର ରହିଥିବା ୪ଟି ରୁଟ୍ ରେ ରାତ୍ର ସମୟରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି ।

Leave A Reply

Your email address will not be published.