Jai Odisha
News

ଆଜି ଅକ୍ଷୟ ତୃତୀୟା ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୪ : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହ ଅବସରରେ ମାଟି ମା’କୁ ପୂଜା କରି ଚଷା ପୁଅ ଅଖିମୁଠି ଅନୁକୂଳ କରିଥାଏ ।  ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ଘୋଷଯାତ୍ରା ପାଇଁ ହେବ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ।ଚନ୍ଦନ ଯାତ୍ରା ପାଇଁ ପୁରୀ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେଉଛି। ନନ୍ଦା ଓ ଭଦ୍ରା ଚାପ ସହ ଜଗମୋହନର ପ୍ରସ୍ତୁତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନରେନ୍ଦ୍ର ପୁଷ୍କରିଣୀରେ ଏବର୍ଷ ଜଳସ୍ତର କମିଥିବାରୁ ବାହାରୁ ମୋଟର ଯୋଗେ ପାଣି ଭର୍ତ୍ତି କରାଯାଉଛି।ସେପଟେ ରଥ ନିର୍ମାଣ କାମର ଶୁଭ ଅନୁକୂଳ ପାଇଁ ଭୋଇ ସର୍ଦାର ତିନୋଟି ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖିବେ। ସେଥିପାଇଁ ରଥ ଖଳା ବି ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ଜଳ କ୍ରୀଡ଼ା ଦର୍ଶନ ପାଇଁ ଭକ୍ତ ଦର୍ଶନାର୍ଥୀଙ୍କ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପୁରୀ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବାର ମାନ୍ୟତା ରହିଛି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।

Leave A Reply

Your email address will not be published.