Jai Odisha
News

ଆଜି ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀଙ୍କ ୧୦୩ ତମ  ‘ମନ କି ବାତ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ ,୩୦।୭:ଆଜି ଅନୁଷ୍ଠିତ ହେବ ୧୦୩ ତମ  ‘ମନ କି ବାତ’ କାର୍ଯ୍ୟକ୍ରମ । ଏହି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ। ଏହା ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ପ୍ରସାରିତ ହେବ  । ମନ୍ କି ବାତ ର ଆଞ୍ଚଳିକ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ପ୍ରସାରଣ ପରେ ରାତି 8 ଟାରେ ଅଲ୍ ଇଣ୍ଡିଆ ରେଡିଓର ସମ୍ପୃକ୍ତ ଆଞ୍ଚଳିକ ଷ୍ଟେସନ୍ ଦ୍ୱାରା ପୁନ-ପ୍ରସାରିତ ହେବ  । ଏହା ପୂର୍ବରୁ 26 ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସମ୍ବୋଧିତ କରିଥିଲେ।

Leave A Reply

Your email address will not be published.