Jai Odisha
News

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ,ଅକ୍ଟୋବର ମାସରୁ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର ,୨୯।୭: ଭାରତର ଜାତୀୟ ପଶୁ ବାଘ । ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ|ସାରା ବିଶ୍ବରେ ଥିବା ବାଘ ସଂଖ୍ୟାର ୭୫ ପ୍ରତିଶତ କେବଳ ଭାରତରେ ଦେଖିବାକୁ ମିଳନ୍ତି । ଭାରତୀୟ ପରମ୍ପରାରେ ବାଘ ଓ ମଣିଷର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି । ସେଥିପାଇଁ ମାଆ ଦୁର୍ଗା ସେରାୱାଲି ନାମରେ ଦେଶର ବିଭିନ୍ନ ସ୍ଥାନରେ ପୂଜିତ । କିନ୍ତୁ ଅବାଧ ଶିକାର ଯୋଗୁଁ ଏକଦା ଦେଶରେ ବାଘ ବଂଶ ଲୋପ ପାଇବା ଅଭିମୂଖେ | ବିଗତ କିଛି ବର୍ଷ ମଧ୍ୟ ବାଘ ସଂଖ୍ୟା ଦେଶରେ ଲଗାତାର ବୃଦ୍ଧି ପାଇବାରେ ଲାଗିଛି ।  ରାଜ୍ୟରେ ଅକ୍ଟୋବର ମାସରୁ ବାଘ ଗଣନା ଆରମ୍ଭ ହେବ। ଶୁକ୍ରବାର ଏନେଇ ଖବର ଜଣାପଡିବା ସହ ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢମାସ ଧରି ଚାଲିବ ଗଣନା କାର୍ଯ୍ୟ। ଟ୍ରାଞ୍ଜାକ୍ଟ ଆନାଲିସିସ୍‌‌ ଓ କ୍ୟାମେରା ଟ୍ରାପ ଜରିଆରେ ବାଘ ଗଣନା ହେବ। ବାଘ ଗଣନା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

 

Leave A Reply

Your email address will not be published.