Jai Odisha
News

ଆଜି ଆଇପିଏଲ୍ ଫାଇନାଲ୍,ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ

ନୂଆଦିଲ୍ଲୀ ,୨୯/୦୫ : : ଆଜି ଫାଇନାଲ ମୁକାବିଲା ସନ୍ଧ୍ୟା ୮ଟା ସମୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଅହମ୍ମଦାବାଦ୍ ରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ପୂରା ବିଶ୍ୱର ନଜର ଆଜି ଆଇପିଏଲ ଫାଇନାଲ ଉପରେ ରହିବ।    ଭାରତର ଗୁଜରାଟର ଅହମ୍ମଦାବାଦରେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମର ଉଦ୍ଘାଟନ କରାଯାଇଥିଲା। ଏହା ପୂର୍ବରୁ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଭାରତ ଠାରୁ ୧୦ ହଜାର କିଲୋମିଟର ଦୂର ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିଲା। ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ୧ଲକ୍ଷରୁ କିଛି ଅଧିକ ଥିଲା , ହେଲେ  ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ଦର୍ଶକ କ୍ଷମତା ୧ ଲକ୍ଷ ୩୨ ହଜାର ରହିଛି । ଏହି ଷ୍ଟାଡିୟମରେ ଆଇପିଏଲ୍‌୨୦୨୨ର ଫାଇନାଲ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟଲ୍ସ ମଧ୍ୟରେ ଖେଳାଯିବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ ଅର୍ଥାତ୍‌ ଆଇପିଏଲର ୧୫ତମ ସିଜନର ଫାଇନାଲରେ ଏହି ଷ୍ଟାଡିୟମକୁ ପୂରା ମ୍ୟାଚ୍‌ ସହ ଖୋଳା ଯିବ ଏବଂ ଏହିପରି ଏକ ଲକ୍ଷରୁ ଅଧିକ ଦର୍ଶକ ଏକା ସାଥିରେ ବସି ଏହି ମ୍ୟାଚ୍‌କୁ ଦେଖିପାରିବେ। ଏଥିରେ ୧ ଲକ୍ଷ ୧୦ ହଜାରର ସିଟିଂ ପ୍ଲାନ୍ ରହିଛି । ଆଉ ବାକି ଦର୍ଶକ ଠିଆ ହୋଇ ମ୍ୟାଚ୍‌ର ମଜା ନେଇ ପାରିବେ । କେବଳ ଦର୍ଶକ କ୍ଷମତା ନୁହେଁ ଏଠାରେ ଥିବା ଆହୁରି ଅନେକ ଜିନିଷ ମଧ୍ୟ ଦୁନିଆର ଅନ୍ଯ ଷ୍ଟାଡିୟମ ଠାରୁ ଏହାକୁ ସ୍ୱତନ୍ତ୍ର କରିଥାଏ ।

  • ଏହି ଷ୍ଟାଡିୟମରେ ସବୁଠୁ ଅଧିକା ଦର୍ଶକ ବସିବା ବ୍ୟବସ୍ଥା ଅଛି ।
  • ଷ୍ଟାଡିୟମରେ ୪ଟି ଡ୍ରେସିଂ ରୁମ୍‌ ଅଛି , ଯାହା ସାଧାରଣରେ ଅନ୍ୟ ଷ୍ଟାଡିୟମରେ ୨ଟି ଥାଏ ।
  • ଷ୍ଟାଡିୟମ କ୍ୟାମ୍ପସରେ ବିଶାଳ ଜିମ୍‌ ଅଛି । ଏତେ ବଡ଼ ଜିମ୍‌ ବିଶ୍ୱରର କୌଣସି ବି କ୍ରିକେଟ ଷ୍ଟାଡିୟମରେ ନାହିଁ ।
  • ଷ୍ଟାଡିୟମରେ ଏଲଇଡି ରିଙ୍ଗ୍‌ ଲାଇଟ୍‌ ଅଛି , ଯେଉଁଥିରେ ଖେଳିବାର ମଜା ଅଲଗା ହୋଇଥାଏ ।
  • ୭୬ଟି କର୍ପୋରେଟ୍‌ ବକ୍ସ ଷ୍ଟାଡିୟମରେ ଅଛି , ଯେଉଁଥିରେ ୨୫-୨୫ ଲୋକଙ୍କୁ ବସିବାର କ୍ଷମତା ଅଛି ।
  • ଏହି ଷ୍ଟାଡିୟମ କ୍ୟାମ୍ପସରେ ୩ ହଜାର କାର ଓ ୧୦ ହଜାର ଦୁଇ ଚକିଆ ଗାଡ଼ି ପାଇଁ ପାର୍କିଂର ସୁବିଧା ଉପଲବ୍ଧ ଅଛି ।
Leave A Reply

Your email address will not be published.