Jai Odisha
News

ଆଜି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୦୮ : ରାଜ୍ୟରେ   ବନ୍ୟାର ସ୍ଥିତି ବହୁତ ଜଟିଳ ରହିଛି । ସବୁ ଆଟେ ଜଳମଗ୍ନ ହୋଇ ଯାଇଛି । କିଛି କିଛି ସ୍ଥାନରେ ଯାତାୟତ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆକାଶ ମାର୍ଗରୁ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୩ଟାରେ ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକୁ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିବେ ।  ଖୋର୍ଦ୍ଧା, ପୁରୀ, କଟକ  ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ ।୫ଟି ସଚିବ ଭିକେ ପାଣ୍ଡିୟାନ ମଧ୍ୟ ତାଙ୍କ ସାଥୀରେ ରହିବେ । ଚଳିତ ବନ୍ୟାରେ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏଥିରେ ୬୪ଟି ବ୍ଲକର ୧୭୫୭ଟି ଗାଁ, ୧୦ଟି ସହରାଞ୍ଚଳର ୬୦ଟି ୱାର୍ଡ ଯନ୍ତ୍ରଣା ଭୋଗିଛି । ବନ୍ୟା ଯୋଗୁ ପ୍ରାୟ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ ହେଲେଣି । ପ୍ରାୟ ଅଢ଼େଇ ଲକ୍ଷ ଲୋକେ ଜଳବନ୍ଦୀ ଅଛନ୍ତି । ଏବେ ବି ପାଣି ଘେରରେ ରହିଛି ୪୨୫ଟି ଗାଁ । ୫୩ ହଜାର ୮୮୬ଜଣ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରାୟ ୬୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋଟ, ଡଙ୍ଗା ସହାୟତାରେ ଲୋକଙ୍କ ପାଖକୁ ରିଲିଫ ସାମଗ୍ରୀ ପହଞ୍ଚାଯାଉଛି । ଏ ତଥ୍ୟ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । କେବଳ ଲଗାଣ ବର୍ଷାରେ ୪୩ଟି ବ୍ଲକର ୨୧୧୦ଟି ଗାଁ, ୧୮ଟି ସହରର ୭୮ଟି ୱାର୍ଡର ୨୩,୮୨୬ଜଣ ଲୋକେ ପ୍ରଭାବିତ ହୋଇଥିବାବେଳେ ୧୦୧୪ଟି ଘର ନଷ୍ଟ ହୋଇଥିବାବେଳେ ୬୦ ହେକ୍ଟର ଫସଲ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.